ସେଲସ୍ ମ୍ୟାନେଜରଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ନାରାୟଣ ମୋଟର୍ସ ସେଲସ୍ ମ୍ୟାନେଜରଙ୍କୁ ମରଣାନ୍ତକ ଆକ୍ରମଣ। ମୁମୁର୍ଷୁ ଅବସ୍ଥାରେ ପିପିଲି ଜୟସପାଟଣା ଛକରୁ ତାଙ୍କୁ ଉଦ୍ଧାର କରାଯାଇଛି। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ଗତକାଲି ରାତିରେ ଭୁବନେଶ୍ୱର ପାତ୍ରପଡ଼ାରେ ଏକ ଢାବାରେ ଖାଉଥିବାବେଳେ ସେଠାରେ ୪ ବିହାରି ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା। ସେହି ଘଟଣା ପରେ ବିହାରୀ ଯୁବକମାନେ ତାଙ୍କୁ ସେଠାରୁ ଅପହରଣ କରି ପିପିଲି ପାଖରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତ ଯୁବକଙ୍କ ନାଁ ନୃସିଂହ ସ୍ୱାଇଁ। ଏହି ଘଟଣାକୁ ନେଇ ଗତକାଲି ରାତିରେ ପାତ୍ରପଡ଼ା ଥାନାରେ ଏତଲା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.