ଆଠଗଡ଼ ଧୁରୁଷିଆ ଗାଁରେ ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ଆଠଗଡ଼: ଆଠଗଡ଼ ଖୁଣ୍ଟୁଣି ଥାନା ଧୁରୁଷିଆ ଗାଁରେ ହତ୍ୟାକାଣ୍ଡ । ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ଖୁଣ୍ଟୁଣୀ ଥାନା ଅଞ୍ଚଳର ଧୂରୁଷିଆ ଗାଁର ଦୁଇଟି ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗୟାଧର ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି। ଗାଁର ରାଉତ ଓ ସାହୁ ପରିବାର ମଧ୍ୟରେ ଘର ଆଗରେ ଥିବା ସରକାରୀ ଜମିକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା ।

ଖୁଣ୍ଟୁଣି ପୋଲିସ ପହଁଞ୍ଚି ଘଟଣଅର ଅନୁଧ୍ୟାନ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଁଞ୍ଚି ଘଟଣାର ତଦାରଖ କରିଛି। ଏହି ହତ୍ୟା ଘଟଣାରେ ୫ରୁ ଦଶ ଜଣ ସଂପୃକ୍ତ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖୁବ୍‌ଶୀଘ୍ର ତଦନ୍ତ କରିବା ସହ ଆସାମୀଙ୍କୁ ଗିରଫ କରାଯିବ ବୋଲି ଚୌଦ୍ୱାର ଏସ୍‌ଡିପିଓ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.