ଭଞ୍ଜନଗର ସୋରଡ଼ାରେ ବିଜେପି କର୍ମୀଙ୍କୁ ହତ୍ୟା

ଭଞ୍ଜନଗର(କେନ୍ୟୁଜ୍) : ଭଞ୍ଜନଗର ସୋରଡାରେ ବିଜେପି କର୍ମୀଙ୍କୁ ହତ୍ୟା । ସୋରଡ଼ା ନାଠିପଡା ପଞ୍ଚାୟତ କଦଳୀଝୋଲା ଗାଁର ସନ୍ତୋଷ ପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ସନ୍ତୋଷ ସୋରଡାରୁ ଫେରି ଘରେ ପହଞ୍ଚିବା ବେଳେ ଗାଁର କିଛି ଯୁବକ ତାଙ୍କ ବାପାଙ୍କ ସହ ପାଟିତୁଣ୍ଡ କରି ମାଡ ମାରୁଥିବା ଦେଖିଥିଲେ । ସନ୍ତୋଷ ବାପାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ବୃତମାନେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ସନ୍ତୋଷଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ରାମବାସୀ ସନ୍ତୋଷଙ୍କୁ ହସ୍ପିଟାଲ ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଗ୍ରାମବାସୀ ରାଜରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ । ସୋରଡା ଆଇ.ଆଇ.ସି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା । ସେପଟେ ବିଜେଡିର କିଛି ଲୋକ ସନ୍ତୋଷଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ସନ୍ତୋଷଙ୍କ ବାପା ଓ ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.