Below header

ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଭିନ୍ନ କେନ୍ଦ୍ରରେ ମତଦାନ ବିଳମ୍ବ

ବଲାଙ୍ଗିର (କେନ୍ୟୁଜ୍) : ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଭିନ୍ନ କେନ୍ଦ୍ରରେ ମତଦାନ ବିଳମ୍ବ। ବଲାଙ୍ଗିର ଲାଠୋର,ଡେଙ୍କେରା, ଭଣ୍ଡମୁଣ୍ଡା, ନନ୍ଦୁପଲାରେ EVM ଅଚଳ ହୋଇପଡିଛି। ସେହପରି ସୁନ୍ଦରଗଡ଼ର ବୁଥ୍‌ ନଂ ୨୩୬ ଓ ବରଗଡ଼ ବୁଥ୍‌ ନଂ ୪୭ରେ EVM ମେସିନ୍‌ ଖରାପ ହୋଇଯାଇଛି। ରାଉରକେଲା ରଘୁନାଥପାଲିରେ EVM ଅଚଳ ହୋଇପଡିବାରୁ ୧୫୧ ନଂ ବୁଥ୍‌ରେ ମତଦାନରେ ବାଧାପ୍ରାପ୍ତ ହୋଇଛି। ଫଳରେ ଭୋଟରମାନେ ସକାଳ ୭ଟାରୁ ଭୋଟ ଦେବାକୁ ଆସି ଲମ୍ବା ଧାଡିରେ ଛିଡା ହୋଇ ରହିଛନ୍ତି। ଆଉ କିଛି ଭୋଟର ଭୋଟ ନଦେଇ ଘରକୁ ଫେରି ଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.