ସମ୍ବଲପୁର ଯୁଯୁମରାରେ ନୃଶଂସ ହତ୍ୟାକାଣ୍ଡ, ଗୋଟିଏ ପରିବାରର ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ଲୋକେ

ସମ୍ବଲପୁର(କେନ୍ୟୁଜ୍): ସୀମା ଟପିଲା ନୃଶଂସତା । ସମ୍ବଲପୁରରେ ଯୁଯୁମରାରେ ଲୋମଟାଙ୍କୁରା ହତ୍ୟାକାଣ୍ଡ । ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ୨ଜଣଙ୍କୁ ହାଣିଲେ ଦୁର୍ବୃତ୍ତ । ଭଣ୍ଡାରିମାଲ ଗାଁରେ ଗୋଟିଏ ପରିବାରର ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି । ଅନ୍ୟ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଗୋଟିଏ ଗୋଡ କାଟି ଦିଆଯାଇଛି । ଗାଁରେ କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ମୃତକ ଦୁଇ ଜଣ ହେଲେ ଭଣ୍ଡାରୀମାଲ ତାଲିପଡାର ଶଶୀଭୂଷଣ କୁମରା ଓ ଅରବିନ୍ଦ କୁମରା । ଏମାନେ ଝିଅଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ କମେଣ୍ଟ ମାରିଥିବା ଯୁବକ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ । ଘଟଣାରେ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.