Below header

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ରୁଜୁ ମାମଲାରେ ଇଣ୍ଟରଭେନର ପିଟିସନର ହେଲେ ମୁସଲିମ ଶ୍ରଦ୍ଧାଳୁ

ନୟାଗଡ଼ : ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ରୁଜୁ ମାମଲାରେ ଇଣ୍ଟରଭେନର ପିଟିସନର ହେଲେ ମୁସଲିମ ଶ୍ରଦ୍ଧାଳୁ। ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳର ଅଫତାପ ହୁସେନ ମାମଲାରେ ଏଣ୍ଟରଭେନିଂ ପିଟିସନ ଦାଖଲ କରି କହିଛନ୍ତି ଯେ ଜଗନ୍ନାଥ ହିନ୍ଦୁ ଧର୍ମର ଭଗବାନ ହେଲେ ମଧ୍ୟ ସବୁ ଧର୍ମର ଶ୍ରଦ୍ଧାଳୁ ରଥଯାତ୍ରା ସମୟରେ ଦର୍ଶନ କରିଥାନ୍ତି।

ରଥଯାତ୍ରା କେବଳ ଓଡ଼ିଶା ବା ଭାରତ ନୁହେଁ ବିଶ୍ୱର ପ୍ରସିଦ୍ଧ ଯାତ୍ରା। କରୋନା ପାଇଁ ଭକ୍ତ ପୁରୀ ନ ଯାଇ ପାରିଲେ ମଧ୍ୟ ଟେଲିଭିଜନ ଜରିଆରେ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ରଥଯାତ୍ରା ଦେଖି ପାରିବେ। ତେଣୁ ରଥଯାତ୍ରାକୁ ଅନୁମତି ପ୍ରଦାନ କରିବାକୁ ସେ ସୁପ୍ରିମକୋର୍ଟ ରେ ନିବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.