Below header

ନିଆରା ସର୍ତ୍ତରେ ଅଭିଯୁକ୍ତକୁ ଜାମିନ ପ୍ରଦାନ କଲେ ହାଇକୋର୍ଟ, ତିନି ମାସ ମଧ୍ୟରେ ଏକ ଶହ ବୃକ୍ଷ ରୋପଣ କରିବାକୁ ଦେଲେ ନିର୍ଦ୍ଦେଶ

କଟକ: ନିଆରା ଢଙ୍ଗରେ ଅଭିଯୁକ୍ତକୁ ଜାମିନ ପ୍ରଦାନ କଲେ ହାଇକୋର୍ଟ। ୩ ମାସ ମଧ୍ୟରେ ଅଭିଯୁକ୍ତ ନିଜ ଗ୍ରାମରେ ଏକ ଶହ ବୃକ୍ଷ ରୋପଣ କରିବାର ସର୍ତ୍ତ ରଖିଲେ ହାଇକୋର୍ଟ। ଅଭିଯୁକ୍ତ ଜଣଙ୍କ ବୃକ୍ଷ ରୋପଣ କଲେ କି ନାହିଁ ତାର ପ୍ରମାଣ ସହ ବିଚାରଧୀନ ଅଦାଲତରେ ଦାଖଲ କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ସୂଚନା ଅନୁଯାୟୀ, ଗତ ଜାନୁଆରୀ ୩୧ ତାରିଖରେ ବୌଦ୍ଧ ଥାନା ଅଞ୍ଚଳରେ ଜଣେ ଯୁବକ ଏକ ତରଫା ପ୍ରେମ କରୁଥିବା ଯୁବତୀଙ୍କ ଘର ଭିତରକୁ ଜବରଦସ୍ତ ପଶିବା ସହ ଯୁବତୀ ଙ୍କୁ ଅପହରଣ କରିବା ପାଇଁ ଉଦ୍ୟମ କରିଥିଲେ। ଯାହାଫଳରେ ଯୁବତୀଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିବା ପରେ ବୌଦ୍ଧ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଏହି ମାମଲାରେ ଅଭିଯୁକ୍ତ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିବା ବେଳେ ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ଜାମିନର ସର୍ତ୍ତ ବୌଦ୍ଧ ଏସଡ଼ିଜେଏମ୍ ରଖିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ଏହା ସହ ତିନି ମାସ ମଧ୍ୟରେ ଏକ ଶହ ବୃକ୍ଷ ରୋପଣର ସର୍ତ୍ତ ରଖିଛନ୍ତି ଜାମିନର ଶୁଣାଣି କରିଥିବା ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.