Below header

ଆଜି ମହାପ୍ରଭୁଙ୍କ ନବଯୌବନ ବେଶ, ୧୫ ଦିନ ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ(କେନ୍ୟୁଜ): ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ୧୫ ଦିନ ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପରିମାଣିକ ଦର୍ଶନ। ଦକ୍ଷିଣଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରୁଛନ୍ତି। ସକାଳ ୯ଟାରୁ ସାଢ଼େ ୧୦ଟା ଯାଏ ସର୍ବସାଧାରଣ ଦର୍ଶନ ଚାଲିବ । ରାତି ସାଢ଼େ ୧୨ଟା ଯାଏ ବିଭିନ୍ନ ସମୟରେ ସର୍ବସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ।

ବିଶେଷ ନୀତି ସକାଶେ ସକାଳ ସାଢ଼େ ୧୦ଟାରୁ ଅପରାହ୍‌ଣ ୨ଟା, ଅପରାହ୍‌ଣ ୩ଟାରୁ ସନ୍ଧ୍ୟା ୬ଟା, ସନ୍ଧ୍ୟା ସାଢ଼େ ୬ଟାରୁ ରାତି ୯ଟା ଓ ରାତି ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ନବଯୌବନ ଦର୍ଶନ ପାଇଁ ପୁରୀରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସିଂହଦ୍ୱାରରେ ବ୍ୟାରିକେଡ୍‌ରେ ପ୍ରବେଶ ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦୁଇ ବର୍ଷ କରୋନା ଯୋଗୁ ନବଯୌବନ ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.