Below header

ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଲେ ନାଚିକା ଲିଙ୍ଗା, ଜାମିନର ସର୍ତ୍ତ ଟ୍ରାଏଲ କୋର୍ଟ ରଖିବେ ବୋଲି କହିଛନ୍ତି ହାଇକୋର୍ଟ

କେନ୍ୟୁଜ୍(ବ୍ୟୁରୋ):  ଜେଲରୁ ମୁକୁଳିବେ ନାଚିକା ଲିଙ୍ଗା। ଚାଷୀ ମୂଲିଆ ଆଦିବାସୀ ସଙ୍ଘ ନେତା ନାଚିକା ଲିଙ୍ଗାଙ୍କୁ ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ନାରାୟଣ ପାଟଣା ଥାନା ଆକ୍ରମଣ ମାମଲାରେ ହାଇକୋର୍ଟରୁ ଏହି ଜାମିନ ମିଳିଛି। କିନ୍ତୁ ଜାମିନର ସର୍ତ୍ତ ଟ୍ରାଏଲ କୋର୍ଟ ରଖିବେ ବୋଲି କହିଛନ୍ତି ହାଇକୋର୍ଟ। ନାଚିକାଙ୍କ ନାମରେ ଥିଲା ୪୫ଟି ମାମଲା । ପୂର୍ବରୁ ସେ ୪୪ଟି ମାମଲାରେ ମୁକୁଳିଛନ୍ତି। ୨୦୦୯ ରେ ଘଟିଥିବା ନାରାୟଣ ପାଟଣା ଥାନା ଆକ୍ରମଣ ମାମଲାରେ ୨୦୧୪ ଅକ୍ଟୋବର ୧୦ ତାରିଖରୁ ସେ ଜେଲରେ ରହି ଆସିଛନ୍ତି। ଏହି ମାମଲାରେ ସେ ପୂର୍ବରୁ ହାଇକୋର୍ଟରେ ଜାମିନ ଆବେଦନ କରିଥିବା ବେଳେ ହାଇକୋର୍ଟ ଜାମିନ ଆଗ୍ରାହ୍ୟ କରି ଦେଇଥିଲେ।

ଏହା ପରେ ନାଚିକା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୬ ସପ୍ତାହ ମଧ୍ୟରେ ମାମଲାର ଟ୍ରାଏଲ ଶେଷ ନ ହେଲେ ନାଚିକାଙ୍କୁ ଜାମିନ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଟ୍ରାଏଲ କୋର୍ଟ ଓ ହାଇକୋର୍ଟ ଜାମିନରେ ନ ଛାଡି ବାରୁ ନାଚିକାଙ୍କୁ ପୁଣି ସୁପ୍ରିମକୋର୍ଟ ଯିବାକୁ ପଡିଥିଲା। ଦୁଇ ସପ୍ତାହ ମଧ୍ୟରେ ନାଚିକାଙ୍କ ମାମଲାର ଶୁଣାଣି କରି ଫଇସଲା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଭିତ୍ତି କରି ହାଇକୋର୍ଟ ଆଜି ଏହି ଜାମିନ ପ୍ରଦାନ କରିଛନ୍ତି। ତେବେ ଆସିଷ୍ଟାଣ୍ଡ ସେସନ୍ସ କୋର୍ଟ ଜାମିନର ସର୍ତ୍ତ ରଖିବେ ବୋଲି କହିଛନ୍ତି ହାଇକୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.