ଦେଖିବାକୁ ଭାରି କଳା କିନ୍ତୁ ଏହା ରଙ୍ଗ ନୁହେଁ ! ଜାଣନ୍ତୁ BMWରେ ଲାଗିଥିବା ଏହି ପଦାର୍ଥର ରାଜ୍‌

ଦୁନିଆରେ କଳା ରଙ୍ଗକୁ ଅଶୁଭ ବୋଲି କୁହାଯାଇଥାଏ। ସେ କଳା ରଙ୍ଗର କପଡା ହେଉନା କାହିଁକି ସବୁକ୍ଷେତ୍ରରେ ଅଧିକାଂଶ ଲୋକମାନେ କଳାରଙ୍ଗକୁ ଅଶୁଭ ବୋଲି ମାନିଥାନ୍ତି। କିନ୍ତୁ ବୈଜ୍ଞାନିକମାନେ ଏହି ରଙ୍ଗକୁ ବହୁତ ମହତ୍ୱପୂର୍ଣ୍ଣ ମାନିଥାନ୍ତି। ବିଜ୍ଞାନ ଅନୁଯାୟୀ, କଳା ରଙ୍ଗ ଅତ୍ୟଧିକ ଗରମ ପ୍ରଦାନ କରିଥାଏ। ଏହି କାରଣରୁ ଥଣ୍ଡା ଦିନେ କଳା ରଙ୍ଗର କପଡା ପିନ୍ଧିବା ପାଇଁ ଉପଦେଶ ଦିଆଯାଇଥାଏ। କାରଣ କଳା ରଙ୍ଗ ସୂର୍ଯ୍ୟଙ୍କ ତାପକୁ ଅବଶୋଷିତ କରିଥାଏ ଏବଂ ଏହାକୁ ବାହାରକୁ ଯିବାକୁ ଦିଏନାହିଁ। ଯେଉଁ କାରଣରୁ ଶରୀର ଗରମ ରହିଥାଏ। କଳା ରଙ୍ଗକୁ ସବୁ ରଙ୍ଗ ମଧ୍ୟରେ ପ୍ରଧାନ ରଙ୍ଗ କୁହାଯାଇଥାଏ। କାରଣ ଏହା ସବୁ ରଙ୍ଗର ସମ୍ମିଶ୍ରଣରେ ପ୍ରସ୍ତୁତ ହୋଇଥାଏ। ସେହିଭଳି ଦୁନିଆରେ ଏଭଳି ଅନେକ ଜିନିଷ ରହିଛି, ଯାହା ବହୁତ କଳା ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଦୁନିଆର ସବୁଠାରୁ କଳା ପଦାର୍ଥ କ’ଣ?

darkଦୁନିଆର ସବୁଠାରୁ କଳା ପଦାର୍ଥ ‘ଭେଣ୍ଟାବ୍ଲାକ୍‌’ ନାମରେ ଜଣାଶୁଣା। ଏହା ଏତେ ମାତ୍ରାରେ କଳା ଯେ ଯଦି ଏହାକୁ କୌଣସି ଆବଡା-ଖାବଡା ଯାଗାରେ ପୋତି ଦିଆଯାଏ ତେବେ ଏହା ସମତଳ ଦେଖାଯାଇଥାଏ। ଏହାର କଳାପଣ ହେବାର କାରଣ ହେଉଛି ଏହା ୯୯.୯୬ ପ୍ରତିଶତ ଆଲୋକ ଗ୍ରହଣ କରିଥାଏ।

ଭେଣ୍ଟାବ୍ଲାକ୍ ବ୍ରିଟେନର ନାନୋଟେକ୍ କମ୍ପାନୀ ସୁରେ ନାନୋସିଷ୍ଟମ୍ ଦ୍ୱାରା ୨୦୧୪ ରେ ବିକଶିତ କରାଯାଇଥିଲା। ଗତବର୍ଷ କମ୍ପାନୀ ଏହାକୁ ଏକ ସ୍ପ୍ରେ ରୂପେ ପରିଚିତ କରିଛି। ଯଦି ଆପଣ ଏବେ ଏହା କୌଣସି ରଙ୍ଗ ବୋଲି ଭାବୁଥିବେ ତେବେ ଏହା ସମ୍ପୂର୍ଣ୍ଣ ଭୁଲ। ଭେଣ୍ଟାବ୍ଲାକ୍‌ କୌରସି ରଙ୍ଗ ନୁହେଁ ବରଂ ଏହା କାର୍ବନ ନାନୋଟ୍ୟୁବ୍‌ ଦ୍ୱାରା ମିଶି ପ୍ରସ୍ତୁତ ହୋଇଛି।

dark1ଭେଣ୍ଟାବ୍ଲାକ୍‌ ରେ ପ୍ରତ୍ୟେକ ନାନୋଟ୍ୟୁବର ଘନତା ୨୦ ନାନୋମିଟର ସମାନ ଅର୍ଥାତ ଜଣେ ମଣିଷର କେଶର ଘନତା ଠାରୁ ମଧ୍ୟ ୩୫୦୦ ଗୁଣା ପତଳା। ଆଲୋକ ଏହି ନାନୋଟ୍ୟୁବ ମଧ୍ୟରେ ଥିବା ସୂକ୍ଷ୍ମ ସ୍ଥାନରେ ଅଟକି ରହିଯାଏ। ଯେଊଁ କାରଣରୁ ଭେଣ୍ଟାବ୍ଲାକ୍‌ ରେ କେବଳ କଳାରଙ୍ଗ ନଜର ଆସିଥାଏ। ସୂଚନାଯୋଗ୍ୟ ଗତବର୍ଷ ଏହି ପଦାର୍ଥ ସାହାଯ୍ୟରେ ବିଏମଡବ୍ଲ୍ୟୁ ଏକ କାର୍‌ ତିଆରି କରିଥିଲା, ଯାହାକୁ ଦୁନିଆର ସବୁଠାରୁ କଳା କାର୍‌ କୁହାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.