Below header

ଭୁବନେଶ୍ୱର : ଡ୍ରେନ୍‌ରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀରୁ ଗଳିତ ମୃତଦେହ ଉଦ୍ଧାର । ଭୁବନେଶ୍ୱର କେଦାରଗୌରୀ ଛକ ନିକଟ ଡ୍ରେନ୍‌ରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟି ତିନି ଚାରି ଦିନ ତଳୁ ସେଠାରେ ପଡ଼ିଥିବା ଅନୁମାନ କରାଯାଉଛି । ଦେହରେ ପ୍ୟାଣ୍ଟ ଓ ସାର୍ଟ ରହିଛି ଏବଂ ଶବଟି ତଳକୁ ମୁହଁ ମାଡ଼ି ପଡ଼ିଥିବା ଅବସ୍ଥାରେ ଲୋକେ ଦେଖିଥିଲେ । ଏହା ପରେ ଲିଙ୍ଗରାଜ ଥାନା ପୋଲିସ ଖବର ପାଇ ଶବ ଉଦ୍ଧାର କରିଛି । ମୃତ ବ୍ୟକ୍ତିର ପରିଚୟ ମିଳି ନାହିଁ । ଯୁବକ ଜଣକର କିଭଳି ଭାବେ ମୃତ୍ୟୁ ଘଟିଛି ସେ ନେଇ ପୋଲିସ୍‌ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.