Below header

ଆଜି ଭୁବନେଶ୍ୱରରୁ ୭୫ କରୋନା ଆକ୍ରାନ୍ତ ଚିହ୍ନଟ, ୧୪୨ ସୁସ୍ଥ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜଧାନୀ ଭୁବନେଶ୍ୱରରୁ ଆଜି ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୧୪ ଜଣ କ୍ବାରେଣ୍ଟାଇନରୁ ଓ ୬୧ ଜଣ ଲୋକାଲ କଣ୍ଟାକ୍ଟ କେସରୁ ଅଛନ୍ତି। ସେହିଭଳି ଆଜି ଆଜି ୧୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି।

Image

ସୂଚନା ଅନୁସାରେ କ୍ବାରେଣ୍ଟାଇନରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଆଜି ପଟିଆରୁ ୬ଜଣ, ୟୁନିଟ୍‌-୬, ଝାରପଡା ଏବଂ ଆଇଆରସି ଭିଲେଜରୁ ୪ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀରୁ , ଟଙ୍କପାଣିରୋଡ, ବମିଖାଲ, ୟୁନିଟ-୮ରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Image

ଏମାନଙ୍କୁ ମିଶାଇ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୯ ହଜାର ୪୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୮ ହଜାର ୨୮୦ ଜଣ ସୁସ୍ଥ ହୋଇସାରିଛନ୍ତି। ଅନ୍ୟପଟେ ଏବେ ୯୮୧ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୭୨ ଜଣଙ୍କର ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.