ନନ୍ଦନବିହାର ଡକାୟତି ଘଟଣା: କୋଟିରୁ ଅଧିକ କ୍ୟାସ ଜବତ, ୫ ଗିରଫ

ନନ୍ଦନବିହାର ବସୁନ୍ଧରା କଲୋନୀରେ ଡକାୟତି ଘଟଣା। ପାଞ୍ଚ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ। ଏକ କୋଟିରୁ ଅଧିକ କ୍ୟାସ, ସୁନରୁପା ସହ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଜବତ ହୋଇଛି । ଏନେଇ DCP ପ୍ରତୀକ ସିଂ ପ୍ରେସ ମିଟରେ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନବିହାର ବସୁନ୍ଧରା କଲୋନୀରେ ଡକାୟତି ଘଟଣା। ପାଞ୍ଚ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ। ଏକ କୋଟିରୁ ଅଧିକ କ୍ୟାସ, ସୁନରୁପା ସହ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଜବତ ହୋଇଛି । ଏନେଇ DCP ପ୍ରତୀକ ସିଂ ପ୍ରେସ ମିଟରେ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଅଗଷ୍ଟ ୨ରେ ଇନଫୋସିଟି ଥାନା ନନ୍ଦନବିହାର ବସୁନ୍ଧରା କଲୋନୀରେ ସଂଧ୍ୟା ସାଢ଼େ ୭ଟାରେ ତିନି ଜଣ ମୁଖା ପିନ୍ଧା ବନ୍ଧୁକଧାରୀ ଡକାୟତ ଘର ଭିତରେ ପସିଥିଲେ । ବାପ ପୁଅକୁ ଆକ୍ରମଣ କରି ଧମକ ଦେଇ ଚୁପ କଲା ପରେ ଘର ଭିତରେ ବିଭିନ୍ନ ସ୍ଥାନରୁ ଖୋଜା ଖୋଜି କରିଥିଲେ । ସୁନା ଅଳଙ୍କାର ସହିତ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଖବରପାଇ ଇନଫୋସିଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡକାୟତି ଘଟଣାର ତଦନ୍ତ କରିଥିଲା ।

Leave A Reply

Your email address will not be published.