STA କ୍ରିପ୍ଟୋ କରେନ୍ସି ମାମଲା, ୩ ଅଭିଯୁକ୍ତଙ୍କ ନାଁରେ EOWର ଲୁକଆଉଟ ସର୍କୁଲାର

କ୍ରିପ୍ଟୋ ପଞ୍ଜି ସ୍କାମ ମାମଲାରେ ୩ ଜଣଙ୍କ ବିରୋଧରେ ଲୁକଆଉଟ ସର୍କୁଲାର । ଲୁକଆଉଟ୍ ସର୍କୁଲାର ଜାରି କଲା ବ୍ୟୁରୋ ଅଫ୍ ଇମିଗ୍ରେସନ । STAର ଏହି ୩ ଟପ୍ ଅଫଲାଇନ ମେମ୍ବର ହେଲେ କ୍ରିଷ୍ଣ କୁମାର, ଅନୀଲ କୁମାର ଓ ଭୁରା ରାମ । ଏମାନେ ରାଜସ୍ଥାନ ଅଞ୍ଚଳର ବୋଲି ଜଣାପଡିଛି ।

ଭୁବନେଶ୍ୱର (କେନ୍ୟୁଜ): କ୍ରିପ୍ଟୋ ପଞ୍ଜି ସ୍କାମ ମାମଲାରେ ୩ ଜଣଙ୍କ ବିରୋଧରେ ଲୁକଆଉଟ ସର୍କୁଲାର । ଲୁକଆଉଟ୍ ସର୍କୁଲାର ଜାରି କଲା ବ୍ୟୁରୋ ଅଫ୍ ଇମିଗ୍ରେସନ । STAର ଏହି ୩ ଟପ୍ ଅଫଲାଇନ ମେମ୍ବର ହେଲେ କ୍ରିଷ୍ଣ କୁମାର, ଅନୀଲ କୁମାର ଓ ଭୁରା ରାମ । ଏମାନେ ରାଜସ୍ଥାନ ଅଞ୍ଚଳର ବୋଲି ଜଣାପଡିଛି । ସେହିପରି ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଗୁରୁତେଜ ସିଂର ଏହି ୩ ଜଣ ମୁଖ୍ୟ ସହଯୋଗୀ । ପୂର୍ବରୁ ଇଣ୍ଟରନାସନଲ ମୁଖ୍ୟ ଡେଭିଡ କେଜ ନାଁରେ ମଧ୍ୟ ଲୁକଆଉଟ ସର୍କୁଲାର ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଏସ୍‌ଟିଏ କ୍ରିପ୍ଟୋ କରେନ୍ସିର ଭାରତ ମୁଖ୍ୟ ପଞ୍ଜାବରୁ ଗୁରୁତେଜ ସିଂ ଗିରଫ ହୋଇଥିବା ବେଳେ ଓଡିଶା ମୁଖ୍ୟ ଭଦ୍ରକରୁ ନିରୋଦ ଦାସଙ୍କୁ ଇଓଡବ୍ଲୁ ଗିରଫ କରିଥିଲା । ଗୋଆ, ଲୁନାବଲା, ମୁମ୍ଵାଇ, ଦିଲ୍ଲୀ, ଫରିଦକୋଟ, ଭଟିଣ୍ଡା, ହନୁମାନଗଡ଼ ଏବଂ ଶ୍ରୀ ଗଙ୍ଗନଗର ଭଳି ସ୍ଥାନରେ ସେ ବାରମ୍ବାର ଲୋକେସନ ପରିବର୍ତ୍ତନ କରୁଥିଲା । ପଞ୍ଜାବ, ରାଜସ୍ଥାନ, ବିହାର, ଝାଡଖଣ୍ଡ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଏବଂ ଆସାମର ବହୁ ଲୋକ ଏହି ସ୍କାମର ଶିକାର ହୋଇଛନ୍ତି । ଓଡ଼ିଶାର ଭଦ୍ରକ, ବାଲେଶ୍ଵର, ଭୁବନେଶ୍ଵର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଏବଂ କେନ୍ଦୁଝର ଜିଲ୍ଲାରେ ଏହି ସ୍କାମ୍ ବହୁଳ ଭାବରେ ଚାଲିଥିଲା ।

ତେବେ ସଂସ୍ଥାର ମୁଖ୍ୟ ହଙ୍ଗେରିର ଡେଭିଡ୍ ଗେଜ୍ ଏବେ ବି ଇଓଡବ୍ଲୁ ଠାରୁ ଅପହଞ୍ଚ ହୋଇ ରହିଛି।କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ହଜାର କୋଟିରୁ ଉର୍ଦ୍ଧ୍ବ ଠକେଇ ମାମଲାରେ ସଂସ୍ଥାର ଅନ୍ତର୍ଜାତୀୟ ମୁଖ୍ୟ ଡେଭିଡ ଗେଜଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ। ତାଙ୍କ ବିରୋଧରେ ଲୁକ ଆଉଟ ସରକୁରାଲ ଜାରି ହୋଇଛି। ଡେଭିଡ ବିରୋଧରେ ଲୁକ ଆଉଟ ସରକୁରାଲ ଜାରି କରିଛି ବ୍ୟୁରୋ ଅଫ ଇମିଗ୍ରେସନ।

ଏସଟିଏ ଟୋକେନ୍ ସଂସ୍ଥା କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ଲୋକଙ୍କୁ ଠକୁଥିଲା ବୋଲି ଜଣାପଡ଼ିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ସଂସ୍ଥା ମୁଖ୍ୟତଃ ୟୁରୋପର ଆଇସ୍ଲ୍ୟାଣ୍ଡରୁ ପରିଚାଳତ ହେଉଥିଲା, ଏହାର ମୁଖ୍ୟ ଡେଭିଡ୍ ଗେଜ୍ ବିଭିନ୍ନ ସମୟରେ ଭାରତକୁ ଆସି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ବୁଲି ରାତାରାତି ଧନୀ ହେବାର ସ୍ବପ୍ନ ଦେଖାଇ ଲୋକଙ୍କୁ ସଦସ୍ୟ ହେବାକୁ ପ୍ରବର୍ତ୍ତାଉଥିଲେ। ତେଣୁ ମାମଲାର ବିଦେଶ ଲିଙ୍କ୍ ନେଇ ମଧ୍ୟ ତଦନ୍ତ ହେଉଛି। କେଉଁମାନେ ବିଦେଶରୁ ଆସିଥିଲେ, କେଉଁମାନଙ୍କୁ ସଂସ୍ଥା ବିଦେଶ ପଠାଇଛି, ସେମାନଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛି, ଅଭିଯୁକ୍ତ ଦୁଇଜଣ କେତେଥର ବିଦେଶ ଯାଇଥିଲେ ଓ କେଉଁ କେଉଁ ସ୍ଥାନକୁ; ଏହାର ମଧ୍ୟ ଖୋଳତାଡ଼ ହେଉଛି।