ଆଜି କିମ୍ବା କାଲି ଆସିପାରେ ନାର୍କୋ ଟେଷ୍ଟ ରିପୋର୍ଟ, ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହେବ ଦାଖଲ
ଆଜି କିମ୍ବା କାଲି ଆସିପାରେ ନାର୍କୋ ଟେଷ୍ଟ ରିପୋର୍ଟ। ନବ ଦାସଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଦିନେ ଦୁଇଦିନ ମଧ୍ୟରେ ଦାଖଲ କରିବ ଗୁଜରାଟ ଗାନ୍ଧିନଗରର ଡିରେକ୍ଟୋରେଟ୍ ଅଫ୍ ଫରେନ୍ସିକ ସାଇନ୍ସ ସର୍ଭିସେସ- ଡିଏଫଏସଏସ। ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ ହେବ ।
ଝାରସୁଗୁଡ଼ା(କେନ୍ୟୁଜ୍) : ଆଜି କିମ୍ବା କାଲି ଆସିପାରେ ନାର୍କୋ ଟେଷ୍ଟ ରିପୋର୍ଟ। ନବ ଦାସଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଦିନେ ଦୁଇଦିନ ମଧ୍ୟରେ ଦାଖଲ କରିବ ଗୁଜରାଟ ଗାନ୍ଧିନଗରର ଡିରେକ୍ଟୋରେଟ୍ ଅଫ୍ ଫରେନ୍ସିକ ସାଇନ୍ସ ସର୍ଭିସେସ- ଡିଏଫଏସଏସ। ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ ହେବ ।
ରିପୋର୍ଟରୁ ଜଣାପଡ଼ିବ କେଉଁ କାରଣରୁ ନବ ଦାସଙ୍କୁ ଗୁଳି ମାରି ହତ୍ୟା କରିଛି ଗୋପାଳ। ତୃତୀୟ ପର୍ଯ୍ୟାୟରେ ୫ଦିନିଆ ରିମାଣ୍ଡରେ ନେଇ ଗାନ୍ଧିନଗର ଡିଏଫଏସଏସରେ ଗୋପାଳର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କରିଛି କ୍ରାଇମବ୍ରାଞ୍ଚ। ଅର୍ଦ୍ଧଚେତନ ଅବସ୍ଥାରେ ତାକୁ ୫୦ରୁ ଅଧିକ ପ୍ରଶ୍ନ ପଚାରି ମର୍ଡରର ମୋଟିଭ ହାସଲ କରିଛି ତଦନ୍ତକାରୀ ଟିମ୍। ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧିଛକ ଠାରେ ନବ ଦାସଙ୍କୁ ଅତି ନିକଟରୁ ଗୁଳି ମାରି ହତ୍ୟା କରିଥିଲା ଏଏସଆଇ ଗୋପାଳ ଦାସ।.