Below header

ଜାନୁଆରୀ ୫ରେ ବାରିପଦା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମୟୂରଭଞ୍ଜ (କେନ୍ୟୁଜ୍) : ଜାନୁଆରୀ ୫ ତାରିଖରେ ବାରିପଦା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଚଳଚଞ୍ଚଳ ହୋଇଛି ମୟୂରଭଞ୍ଜ ଜିଲ୍ଲା ବିଜେପି ଶିବିର । ପିଏମଙ୍କ ଗସ୍ତ ନେଇ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ପ୍ରସ୍ତୁତି ବୈଠକ ହୋଇଛି । ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ ଓ ରାଇରଙ୍ଗପୁରର ଭଳି ୫ଟି ସାଂଗଠନିକ ଜିଲ୍ଲାର ୨୮ଟି ବିଧାନସଭା କ୍ଷେତ୍ରର ୭ ହଜାର ୨୮୧ଟି ବୁଥର କର୍ମକର୍ତ୍ତା ମୋଦିଙ୍କ ସଭାରେ ଉପସ୍ଥିତ ରହିବେ । ୨୦୧୯ ନିର୍ବାଚନରେ ମିଶନ ୧୨୦ ପ୍ଲସ ପାଇଁ କର୍ମୀଙ୍କୁ ମୋଦି ଗୁରୁମନ୍ତ୍ର ଦେବେ । ଗସ୍ତ ବେଳେ ମୋଦି ଜାତୀୟ ରାଜପଥ ପ୍ରାଧିକରଣ ଓ ତୈଳ କମ୍ପାନୀର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.