ଭୁବନେଶ୍ୱରରେ ବସ୍ତି ବାସିନ୍ଦାଙ୍କୁ ଘର ବାଣ୍ଟିଲେ ନବୀନ

ଭୁବନେଶ୍ବର(କେନ୍ୟୁଜ୍) :ଗରିବ ଲୋକର ଖୁସି ସବୁଠୁ ବଡ଼ ସନ୍ତୋଷ । ଭୁବନେଶ୍ୱରରେ ଆବାସ ମିଶନରେ ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ବାସଗୃହ ଆବଣ୍ଟନର ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର‌୍ୟ୍ୟାୟରେ ୧୦ହଜାର ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ବାସଗୃହ ଆବଣ୍ଟନ ନେଇ ଅଧିକାର ପତ୍ର ଦିଆଯାଇଛି । ଏହାପୂର୍ବରୁ ଆଜି ବଲାଙ୍ଗିରରେ ମିଶନ ଶକ୍ତି କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ ।

ଆବାସ ମିଶନରେ ବସ୍ତି ବାସିନ୍ଦାଙ୍କୁ ମିଳିଲା ସ୍ଥାୟୀ ବାସଗୃହ । ରାଜଧାନୀ ଜନତା ମଇଦାନରେ ଆୟୋଜିତ କାର‌୍ୟ୍ୟକ୍ରମରେ ୧୩୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର‌୍ୟ୍ୟାୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ୧୦ହଜାର ବସ୍ତିବାସିନ୍ଦାଙ୍କୁ ବାସଗୃହ ଆବଣ୍ଟନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗରିବ ଲୋକଙ୍କ ଉନ୍ନତିକୁ ପ୍ରାଥମିକତା ଦିଆଯାଉଛି । ଗରିବ ଲୋକର ଖୁସି ସବୁଠାରୁ ବଡ଼ ସନ୍ତୋଷ । ଗରିବ, ମହିଳା, ଚାଷୀ ସମସ୍ତଙ୍କ ସୁଖଦୁଃଖରେ ସେ ରହିଛନ୍ତି ।

aveen 2

ଏହାପୂର୍ବରୁ ବଲାଙ୍ଗିର ପଥରଚେପା ପଡ଼ିଆରେ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ଭବନ ପାଇଁ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହାସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଟଙ୍କା ଫେରସ୍ତ କରିଛନ୍ତି। ନୂଆ ଝଐଏଙ୍କୁ ସିଡ୍ ମନି ପ୍ରଦାନ କରାଯାଇଛି। ମିଶନ ଶକ୍ତିକୁ ରାଜ୍ୟର ବିକାଶର ସାରଥୀ କହିଛନ୍ତି ନବୀନ । ସମାବେଶରେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟ ଯୋଗଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକାମରେ , ଭୁବନେଶ୍ୱର କେନ୍ଦ୍ର ଓ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ପାଇଁ ରାସ୍ତାଘାଟ, ବିଜୁଳି ଓ ଡ୍ରେନେଜ ଆଦି ଭିତ୍ତିଭୂମି ବିକାଶ କାର‌୍ୟ୍ୟକ୍ରମର ଶିଳାନ୍ୟାସ କରିଛନ୍ତି ।

Leave A Reply

Your email address will not be published.