ଦାମଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ, ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ପତ୍ନୀଙ୍କ ପରଲୋକରେ ଶେଷଦର୍ଶନ କଲେ ନବୀନ

ଭୁବନେଶ୍ୱର : ଦାମୋଦର ରାଉତଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ । ଦାମଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କ ଶେଷ ଦର୍ଶନ କରିଛନ୍ତି । ମର ଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ଓ ବିଜେଡି ବିରୋଧରେ ଅନେକ ଥର ମତ ରଖିବା ସହ ବିଜେପିରେ ଯୋଗ ଦେଇଛନ୍ତି ଦାମ ରାଉତ । ହେଲେ ଏସବୁ କଥାକୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ଦୁଃଖ ସମୟରେ ଦାମଙ୍କ ପାଖରେ ଛିଡ଼ା ହୋଇଛନ୍ତି ।

କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି ବିଜେଡିର ବହୁ ନେତା ଦାମଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ବି ଦାମ ରାଉତଙ୍କ ପତ୍ନୀଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବିଜେପି ଓ କଂଗ୍ରେସର ବହୁ ନେତା ମଧ୍ୟ ଶେଷ ଦର୍ଶନ କରିଥିଲେ ।

ଦାମଙ୍କ ପତ୍ନୀ ସ୍ନେହଲତା ମହାପାତ୍ର ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳ ୬ଟା ୧୫ରେ ସ୍ନେହଲତାଙ୍କର ଦେହାନ୍ତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.