Below header

ଆଜି ଅନୁଗୋଳରେ ସୁପର ସୋ: ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ ଓ ତିନି କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମ

ଅନୁଗୋଳ(କେନ୍ୟୁଜ): ଆଜି ଅନୁଗୋଳରେ ସୁପର ସୋ । ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ ଓ ତିନି କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମ । ଆଜି ଅନୁଗୋଳ ଗସ୍ତରେ ଆସି ବହୁ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ଦିନ ୧୦ଟା ୫୦ରେ ଅନୁଗୋଳ ଷ୍ଟାଡିୟମ ପଡ଼ିଆରେ ପହଞ୍ଚି ସଭାସ୍ଥଳକୁ ଯିବେ ।

ଜିଲ୍ଲାର ୧୮ଶହ ୫ କୋଟି ଟଙ୍କା ବ୍ୟୟରେ ମୋଟ୍‌ ୧୫୪୧ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ୭ହଜାର ୪ଶହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ୭୫ହଜାର ସ୍ୱାବଲମ୍ବୀ ମହିଳାଙ୍କୁ ୨୪୨ କୋଟି ଟଙ୍କାର ଋଣ ଓ ପ୍ରୋତ୍ସାହନ ପ୍ରଦାନ କାର୍ଯ୍ୟକ୍ରମ ରହିଛି ।

ଏଥିସହ ବହୁ ପ୍ରତୀକ୍ଷିତ ଅନୁଗୁଳ ବସଷ୍ଟାଣ୍ଡର ଶୁଭାରମ୍ଭ କରାଯିବ ସହ ପାଲଲହଡ଼ାରେ ଡାକ୍ତରଖାନା, ତାଳଚେର ପୌରପାଳିକା ଅଧୀନରେ ନିର୍ମିତ ହେରିଟେଜର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ପରେ ଅନୁଗୋଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ତିନି କେନ୍ଦ୍ରମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.