ପୁଣି ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦୀୟ ଟ୍ଵିଟ୍‌: ପୁରୁଷ ବିନା କୌଣସି ନାରୀ ଜୀବନର ଅସ୍ତିତ୍ତ୍ୱ ନାହିଁ!

କଟକ(କେନ୍ୟୁଜ):ପୁଣି ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦୀୟ ଟ୍ଵିଟ୍‌ । ପୁରୁଷ ବିନା କୌଣସି ନାରୀ ଜୀବନର ଅସ୍ତିତ୍ତ୍ୱ ନାହିଁ । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କୁ ଟ୍ୟାଗ୍‌ କରି ଏମିତି ବାର୍ତ୍ତା ଦେଇଛନ୍ତି ଅନୁଭବ । ଟ୍ଵିଟ୍‌ କରି ଲେଖିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ନିଦ ଭାଙ୍ଗୁ । ଭାରତର ପରିବାର ପରମ୍ପରା, ମୂଲ୍ୟବୋଧକୁ ରକ୍ଷା କରନ୍ତୁ ।

anubhav mohanty

ଫ୍ୟାମିଲି କୋର୍ଟ ଆଇନରେ ସଂଶୋଧନ ଆଣିବାକୁ ଦାବି କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ । ଏଥିସହ ଲେଖିଛନ୍ତି, ହିନ୍ଦୁ ବିବାହ ଆଇନ ୧୯୫୫କୁ ହତ୍ୟା କରାଯାଇଛି । ଏହି ଆଇନ ବଞ୍ଚାନ୍ତୁ । ନହେଲେ କୁହନ୍ତୁ କିଛି କରିପାରିବେ ନାହିଁ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ଟ୍ଵିଟ୍‌ କରି କରି ଲେଖିଛନ୍ତି ଅନୁଭବ ମହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.