ଆସନ୍ତାକାଲି ନବୀନଙ୍କ ଶପଥ ସମାରୋହ, ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ବିଜେଡି ସୁପ୍ରିମୋ

ଭୁବନେଶ୍ବର : ଆସନ୍ତାକାଲି ରାଜ୍ୟରେ ନୂଆ ସରକାରଙ୍କ ଶପଥ ଗ୍ରହଣ। ପଞ୍ଚମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ତା ପୂର୍ବରୁ ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା ସହ ଦର୍ଶନ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବେ। ନିର୍ବାଚନ ପୂର୍ବରୁ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ବିଜେଡି ସୁପ୍ରିମୋ। ଆସନ୍ତାକାଲି ପଞ୍ଚମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ। ପ୍ରଥମ ଥର ରାଜଭବନ ବାହାରେ ଲୋକଙ୍କ ସାମ୍ନାରେ ଶପଥ ନେବ ନୂଆ ସରକାର। ମନ୍ତ୍ରିମଣ୍ଡଳ ସଦସ୍ୟ ବି ଶପଥ ନେବେ। ଏଥିପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଜୋରସୋର ପ୍ରସ୍ତୁତି ଚାଲିଛି। ପ୍ରସ୍ତୁତ ହେଉଛି ଅଭିଷେକ ହଲ୍‌। ମଞ୍ଚ ବି ନିର୍ମାଣ ଚାଲିଛି। ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ବିଜେଡି ସୁପ୍ରିମୋ । ବହୁ ଶିଳ୍ପପତି, ନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ୭ ହଜାରରୁ ଅଧିକ ନିମନ୍ତ୍ରିତ ଅତିଥି । ବିଜେଡିର ଏକ ଆଞ୍ଚଳିକ ଦଳ ଭାବେ ଲଗାତର ପଞ୍ଚମ ଥର ସରକାର ଗଠନ କରିବା ଦେଶରେ ବିରଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.