କଳିଙ୍ଗ ଷ୍ଟାଡିୟମ ଜିମ୍‌ରୁ ନବୀନଙ୍କ ନୀରବ ବାର୍ତ୍ତା, କିଛି ନ କହି ବି ଗୁଜବକାରୀଙ୍କୁ ଦେଇଛନ୍ତି ଅନେକ ମେସେଜ୍‌

ଭୁବନେଶ୍ବର(କେନ୍ୟୁଜ୍):  ଟ୍ରେଡମିଲ୍‌ରେ ଛିଡା ହୋଇଛନ୍ତି ନବୀନ। ପଛପଟେ ଲେଖା ହୋଇଛି ଇମ୍ପପସିବଲ ଇଜ୍‌ ନଥିଙ୍ଗ। କଥାରେ ଅଛି ଫଟୋ ହଜାରେ ଶଦ୍ଦ କହିଥାଏ। ସେହିପରି ଏହି ଫଟୋ ମାଧ୍ୟମରେ ନବୀନ ଅନେକ ରାଜନୈତିକ ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ପାଇବା ପରେ ଭୁବନେଶ୍ୱରରେ ଗ୍ରାଣ୍ଡ ୱେଲକମ୍‌ କରାଯାଇଥିଲା। କିନ୍ତୁ ନବୀନ କୌଣସି ବଡ଼ ରାଜନୈତିକ ବାର୍ତ୍ତା ଦେଇନଥିଲେ। ରାଜ୍ୟବାସୀଙ୍କୁ ନିଜ ଆୱାର୍ଡ ସମର୍ପଣ କରିଥିଲେ। ଆପଣମାନେ ଖୁସି ତ ବୋଲି ପଚାରିଥିଲେ। ବିନା ରାଲି କିମ୍ବା ବଡ ସଭାରେ କଳିଙ୍ଗ ଷ୍ଟାଡ଼ିୟମରୁ ମାତ୍ର ଗୋଟିଏ ଫଟୋ ମାଧ୍ୟମରେ ବଡ଼ ବାର୍ତ୍ତା ଦେଇଛନ୍ତି ନବୀନ। ଏବେ ଗୋଟିଏ ଫଟୋ ମାଧ୍ୟମରେ ବଡ଼ ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଛଅ ଥର ମୁଖ୍ୟମନ୍ତ୍ରୀ ହେବା କିଛି ଅସମ୍ଭବ ନୁହେଁ। ଦ୍ୱିତୀୟରେ ନବୀନ ଫିଟନେସ୍‌ର ବାର୍ତ୍ତା ଦେଇଛନ୍ତି। ତୃତୀୟରେ ଏବେ ଦେଶର ସ୍ପୋର୍ଟସ କ୍ୟାପିଟାଲ ଭାବେ ପରିଚିତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ଏହି ମେସେଜ ଦେବାକୁ ପ୍ରୟାସ କରିଛନ୍ତି।

ଅଲଟିମେଟ ଖୋ ଖୋ ଲିଗର ଚାମ୍ପିଅନ ଓଡ଼ିଶା ଜଗରନଟସ ଟିମର ସମସ୍ତ ଖେଳାଳି ଓ କୋଚ୍‌ଙ୍କୁ ଗତକାଲି ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ କଳିଙ୍ଗ ଷ୍ଟାଡିୟମର ଜିମ୍‌ ପରିଦର୍ଶନ କରିଥିଲେ । ଟ୍ରେଡମିଲ ଉପରୁ ନୀରବ ବାର୍ତ୍ତା ଦେଇଛନ୍ତି ନବୀନ । ୨୦୨୪ ନିର୍ବାଚନ ପାଇଁ ତୟାର ବୋଲି ନବୀନ ପରୋକ୍ଷରେ ବଡ ବାର୍ତ୍ତା ଦେଇଛନ୍ତି । ନବୀନ ପଟ୍ଟନାୟକ ଜାତୀୟସ୍ତରରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଦିନକୁ ଦିନ ନବୀନଙ୍କ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। କୌଣସି ସର୍ଭେ କଥା କୁହନ୍ତୁ କିମ୍ବା ଓପିନିଅନ ପୋଲ୍‌ । ସବୁଥିରେ ନବୀନ ଆଗରେ। ତେଣୁ ଏ ପରିସ୍ଥିତିରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେଡି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.