Below header

ନୟାଗଡ଼ରେ ଅନର କିଲିଂ ଅଭିଯୋଗର ତନାଘନା ତଦନ୍ତ, ୩ ଅଭିଯୁକ୍ତ ଅଟକ

ନୟାଗଡ଼ରେ ଅନର କିଲିଂ ଅଭିଯୋଗର ତନାଘନା ତଦନ୍ତ । ନାବାଳିକା ଝିଅକୁ ହତ୍ୟା ପରେ ପୋତି ଦେଇଥିଲେ ମୃତଦେହ । ପ୍ରେମ ସମ୍ପର୍କକୁ ନେଇ ଝିଅକୁ ପରିବାର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ନୟାଗଡ଼ରେ ଅନର କିଲିଂ ଅଭିଯୋଗର ତନାଘନା ତଦନ୍ତ । ନାବାଳିକା ଝିଅକୁ ହତ୍ୟା ପରେ ପୋତି ଦେଇଥିଲେ ମୃତଦେହ । ପ୍ରେମ ସମ୍ପର୍କକୁ ନେଇ ଝିଅକୁ ପରିବାର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ନୟାଗଡ଼ରେ ମର୍ଡର ପରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଜଙ୍ଗଲରେ ମୃତଦେହ ପୋତି ଦେଇଥିଲେ ।

ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ନୟାଗଡ଼ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ନାବାଳିକାଙ୍କ ପୀଉସା ପତିତପାବନ ପ୍ରଧାନ ଏବଂ ଦୁଇ ସମ୍ପର୍କୀୟ ଭାଇ ବିକାଶ ନାୟକ ଓ ଚିନ୍ମୟ ନାୟକ । ନାବାଳିକାଙ୍କ ବାପା ଫେରାର୍ ଅଛନ୍ତି । ତାଙ୍କୁ ଧରିବା ପାଇଁ ତନାଘନା ତଦନ୍ତ ଚଳାଇଛି ନୂଆଗାଁ ଥାନା ପୋଲିସ । ସୋରଡ଼ା ଗାଁର ନାବାଳିକାଙ୍କୁ ହତ୍ୟା ପରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଜଙ୍ଗଲରେ ପୋତି ଦିଆଯାଇଥିବା ବିଶେଷସୂତ୍ରରୁ ପୋଲିସକୁ ଖବର ମିଳିଥିଲା ।

ତଦନ୍ତ ବେଳେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଧରିଛି । ସେମାନଙ୍କୁ ସାଙ୍ଗରେ ଧରି ନେଇଥିଲା ଘଟଣାସ୍ଥଳ । କନ୍ଧମାଳ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜଙ୍ଗଲରୁ ମୃତଦେହକୁ ବାହାର କରିଥିଲା ପୋଲିସ । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରିଛି ପୋଲିସ । ପ୍ରଶ୍ନ ଉଠୁଛି, କାହିଁକି ନାବାଳିକାଙ୍କୁ ହତ୍ୟା କରାଗଲା ? ତରବରିଆ ଭାବରେ ମୃତଦେହକୁ ପୋତି ଦେଲେ କାହିଁକି ? ହତ୍ୟା ପଛର କିଛି ଗୁଢ଼ ରହସ୍ୟ ରହିଛି କି ? ନୂଆଗାଁ ଥାନା ପୋଲିସ ଅଧିକ ଖୋଳତାଡ କରୁଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.