କରୀନା କପୁରଙ୍କ ‘Dirty’ ଫଟୋସୁଟ୍‌, ସୋସିଆଲ ମିିଡିଆରେ ଛାଇଲା ବେବୋଙ୍କ ବୋଲ୍ଡ ଫଟୋ

ବଲିଉଡ୍‌ର ଟପ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ କରୀନା କପୁର ଗଣାଯାଆନ୍ତି। କରୀନା ନିଜର ଚମତ୍କାର ଅଭିନୟ ସହିତ ଉତ୍କୃଷ୍ଟ ଫ୍ୟାଶନ୍ ସେନ୍ସ ପାଇଁ ବେଶ୍‌ ଜଣାଶୁଣା। ନିକଟରେ ଅଭିନେତ୍ରୀ ‘Dirty’ ମାଗାଜିନ ପାଇଁ ନିଜର ଫଟୋସୁଟ କରାଇଛନ୍ତି। ଏହି ଫଟୋସୁଟ୍‌ ସହିତ କରୀନା ମାଗାଜିନ୍‌ର କଭର୍‌ ପେଜ୍‌ରେ ଆସିଥିବା ପ୍ରଥମ ଅଭିନେତ୍ରୀ ହୋଇପାରିଛନ୍ତି।

ବଲିଉଡ୍‌ର ଟପ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ କରୀନା କପୁର ଗଣାଯାଆନ୍ତି। କରୀନା ନିଜର ଚମତ୍କାର ଅଭିନୟ ସହିତ ଉତ୍କୃଷ୍ଟ ଫ୍ୟାଶନ୍ ସେନ୍ସ ପାଇଁ ବେଶ୍‌ ଜଣାଶୁଣା। ନିକଟରେ ଅଭିନେତ୍ରୀ ‘Dirty’ ମାଗାଜିନ ପାଇଁ ନିଜର ଫଟୋସୁଟ କରାଇଛନ୍ତି। ଏହି ଫଟୋସୁଟ୍‌ ସହିତ କରୀନା ମାଗାଜିନ୍‌ର କଭର୍‌ ପେଜ୍‌ରେ ଆସିଥିବା ପ୍ରଥମ ଅଭିନେତ୍ରୀ ହୋଇପାରିଛନ୍ତି। Dirty ମାଗାଜିନ୍‌ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏହି ସୂଚନା ଦେଇଛି।

ସୋସିଆଲ ମିଡିଆରେ କରୀନା କପୁରଙ୍କ ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଅଭିନେତ୍ରୀ ତାଙ୍କ କାତିଲାନା ଲୁକ୍ ଦେଖାଇଛନ୍ତି। ସେ କାର୍ପେଟରେ ଶୋଇଛନ୍ତି ଏବଂ ନାଲି ରଙ୍ଗର ଫିଦର ପୋଷାକ ପିନ୍ଧିଛନ୍ତି। ଏହି ଫଟୋସୁଟ୍‌ରେ ୪୦ ବର୍ଷୀୟା ଅଭିନେତ୍ରୀଙ୍କ ସୁନ୍ଦରତା ଏବଂ ଫିଟ୍‌ନେସ ଲୋକଙ୍କୁ ଆକୃଷ୍ଟ କରିଛି। Dirty ମାଗାଜିନ୍‌ ପାଇଁ କରୀନା ଅଲଗା ଅଲଗା ପୋଜ୍‌ରେ ଫଟୋସୁଟ୍‌ କରାଇଛନ୍ତି।

କହି ରଖୁଛୁ, ଅଭିନେତ୍ରୀ ଏହି ଫଟୋସୁଟ୍‌ ସେହି ମାଗାଜିନ୍‌ ପାଇଁ କରାଇଛନ୍ତି, ଯାହା ପାଇଁ ଦିନେ ଉର୍ଫି ଫଟୋସୁଟ୍ କରାଇଥିଲେ। ଏହା ପୂର୍ବରୁ ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କୁ ନେଇ ମଧ୍ୟ ମାଗାଜିନ୍‌ ଚର୍ଚ୍ଚାକୁ ଆସିଥିଲା। ଏହି ମାଗାଜିନ୍‌ ପାଇଁ ରଣବୀର ନ୍ୟୁଡ୍‌ ଫଟୋସୁଟ କରାଇଥିଲେ ଏବଂ ମାମଲା କୋର୍ଟରେ ପହଞ୍ଚିଥିଲା। ଏହି ମାମଲାରେ ରଣବୀରଙ୍କୁ କ୍ଷମା ମଧ୍ୟ ମାଗିବାକୁ ପଡ଼ିଥିଲା।

You might also like