ହିଟ ଆଣ୍ଡ ରନ୍‌ ମାମଲା : ଦୀପାବଳିରେ ମଦ୍ୟପ ଲୋକଙ୍କ ବେପରୁଆ ଗାଡ଼ି ଚାଳନାର ଶିକାର ହେଲେ ଲୋକେ

ହିଟ୍‌ ଆଣ୍ଡ ରନ୍‌ ମାମଲା ଗ୍ରେଟର ନୋଏଡା ଠାରେ ଘଟିଯାଇଛି । ଦୀପାବଳି ଦିନ ହିଁ ଦୁଇଟି ହିଟ୍ ଆଣ୍ଡ ରନ୍ ମାମଲା ସାମ୍ନାକୁ ଆସିଛି । ଗୋଟିଏ ମାମଲା ଗ୍ରେଟର ନୋଏଡା ୱେଷ୍ଟରୁ ଆସିଛି ଏବଂ ଅନ୍ୟଟି ସେକ୍ଟର ୧୧୯ରେ ହୋଇଛି । ଏହି ଦୁର୍ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଲୋକର ପର୍ବ ଦୀପାବଳି, ଅମାବାସ୍ୟାର କାଳରାତ୍ରିକୁ ମାତ ଦେବା ପାଇଁ ଆଲୋକ ଓ ଦୀପ ମାଳାରେ ସଜାଇ ହୋଇଥାଏ ସାରା ସହର । ପରିବାର ସହ ମଜାମସ୍ତିରେ ମସଗୁଲ ଥାନ୍ତି ଲୋକେ । କିନ୍ତୁ କାର୍ଯ୍ୟରତ କିଛି ଲୋକଙ୍କ ପାଇଁ ଦୀପାବଳି ଥାଏ ଠିକ ଅନ୍ୟ ଦିନ ଭଳି । ରାତି ଅଧରେ ନିଜ ନିଜ ସ୍ଥାନରେ ଡ୍ୟୁଟି କରୁଥାନ୍ତି ଏହି ଲୋକମାନେ କିନ୍ତୁ ଥରେ ଭାବନ୍ତୁ ଯେ ନିଜ ପରିବାରକୁ ଛାଡ଼ି ରାତି ଅଧରେ କାର୍ଯ୍ୟସ୍ଥଳକୁ ଯିବାବେଳେ ଯଦି ହଠାତ ଏମାନଙ୍କ ଜୀବନରେ ମାଡ଼ି ଆସେ କଳା ବାଦଲ ! କିଛି ମଦ୍ୟପ ଲୋକଙ୍କ ବେପରୁଆ ଗାଡ଼ି ଚାଳନା ର ଏମାନେ ହୁଅନ୍ତି ଶିକାର ତେବେ ଏହାକୁ ଦୁର୍ଭାଗ୍ୟ କହିବାନି ତ ଆଉ କଣ? ଠିକ ଏହି ଭଳି କିଛି ଘଟଣା ଘଟିଛି ଦିଲ୍ଲୀର ରାଜ ରାସ୍ତାରେ, ଯେଉଁଠି ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ଜଣ କାର୍ଯ୍ୟରତ ଲୋକ କିଛି ମଦ୍ୟପଙ୍କ ବେପରୁଆ ଗାଡ଼ି ଚାଳନାର ଶିକାର ହୋଇଛନ୍ତି । ଯାହାର ଭିଡିଓ ଏବେ ହେଉଛି ଖୁବ ଭାଇରାଲ ।

ଏଭଳି ହିଟ୍‌ ଆଣ୍ଡ ରନ୍‌ ମାମଲା ଗ୍ରେଟର ନୋଏଡା ଠାରେ ଘଟିଯାଇଛି । ଦୀପାବଳି ଦିନ ହିଁ ଦୁଇଟି ହିଟ୍ ଆଣ୍ଡ ରନ୍ ମାମଲା ସାମ୍ନାକୁ ଆସିଛି । ଗୋଟିଏ ମାମଲା ଗ୍ରେଟର ନୋଏଡା ୱେଷ୍ଟରୁ ଆସିଛି ଏବଂ ଅନ୍ୟଟି ସେକ୍ଟର ୧୧୯ରେ ହୋଇଛି । ଏହି ଦୁର୍ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କୁହାଯାଉଛି ଏହି ଦୁଇଟି ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ନିଶାରେ ଥିଲେ । ତେବେ ସମ୍ପୃକ୍ତ ଦୁଇଟି ଘଟଣାରେ ପୋଲିସ ସିସିଟିଭି ଫୋଟେଜ ସାହାଯ୍ୟରେ ଦୁର୍ଘଟଣା ଘଟାଇଥିବା କାରକୁ ଚିହ୍ନଟ କରି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ।

ପ୍ରଥମ ଦୁର୍ଘଟଣାରେ ସ୍ପିଡରେ ଆସୁଥିବା ଏକ କାର ନୋଏଡ଼ାର ସେକ୍ଟର ୧୧୯ର ଆଲଡିଗୋ ସୋସାଇଟିର ଗେଟ୍ ନମ୍ବର ୨ ସାମ୍ନାରେ ହୋଇଥିଲା । ଏହି ଘଟଣାଟି ଦୀପାବଳି ରାତିରେ ହୋଇଥିଲା ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ କାର ଡ୍ରାଇଭର ଦୁର୍ଘଟଣା କରିବା ପରେ ସ୍ପିଡରେ ଆଗକୁ ବଢିଛି । ସ୍ଥାନୀୟ ଲୋକ ଆହତ ଲୋକଙ୍କୁ ସାହାଯ୍ୟ କରିବାକୁ ଦୌଡ଼ିଥିବା ମଧ୍ୟ ଦେଖାଯାଇଛି ।

ଦ୍ୱିତୀୟ ଘଟଣାରେ ବିଳମ୍ବିତ ରାତିରେ ମଦ ନିଶାରେ ଗାଡ଼ି ଚାଳକ ଜଣକ ଜଣେ ବ୍ୟକ୍ତିଙ୍କୁ ଯାଇ ସିଧା ଧକ୍କା ଦେଇଥିଲା । ପରେ ଉକ୍ତ ବ୍ୟକ୍ତିଙ୍କର ଗୋଡ଼ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ବିସରଖ ଥାନା ଗୌରସିଟି ୨ ନମ୍ବର ନିକଟରେ ହୋଇଥିଲା । ପରେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ପହଞ୍ଚିଥିଲା । ପୋଲିସର ସହାୟତାରେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଭୟଙ୍କର ହିଟ୍ ଆଣ୍ଡ ରନ୍ ମାମଲାକୁ ପୋଲିସ ଗୁରୁତର ସହ ନେଇଛି । ପୋଲିସ ଟ୍ରେସ କରି ଅଭିଯୁକ୍ତ ଏବଂ ତାର ସାଙ୍ଗକୁ ଗିରଫ କରିଛି । ତେବେ ଅଭିଯୁକ୍ତ ଜଣକ ସେକ୍ଟର ୧୧୯ର ଆଲଡିଗୋ ସୋସାଇଟର ବାସିନ୍ଦା ସିଦ୍ଧାର୍ଥ ବୋଲି ଜଣା ପଡ଼ିଛି ।

ବାରମ୍ବାର ଏଭଳି ଦୁର୍ଘଟଣାର ମାମଲା ସାମ୍ନାକୁ ଆସୁଥିଲେ ମଧ୍ୟ ଏଭଳି ନିଶାସକ୍ତ ଯୁବକଙ୍କର ଫରକ ପଡ଼ୁନି ଏବଂ ପୋଲିସକୁ ଭୟ ନକରି ମନ ଇଚ୍ଛା ଏଭଳି କାର ଚଲାଇ ଘଟାଉଛନ୍ତି ଦୁର୍ଘଟଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.