Below header

ଘରେ ନଥିବାର ସୁଯୋଗ ନେଇ ଆପାର୍ଟମେଣ୍ଟରୁ ଲୁଟିନେଲେ ୫ ଲକ୍ଷ ଟଙ୍କାର ସୁନା ଗହଣା

ଭୁବନେଶ୍ବର ଭରତପୁର ସ୍ଥିତ ଏକ ଆପାର୍ଟମେଣ୍ଟରୁ ଚୋରି ତ୍ରିଲୋଚନ ଦାସଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ତୀର୍ଥ ଯାତ୍ରାରେ ଯାଇଥିବା ବେଳେ ଘରେ କଳା କନା ବୁଲାଇଲେ ଚୋର ।

ଭୁବନେଶ୍ବର : ଭୁବନେଶ୍ବର ଭରତପୁର ସ୍ଥିତ ଏକ ଆପାର୍ଟମେଣ୍ଟରୁ ଚୋରି ତ୍ରିଲୋଚନ ଦାସଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ତୀର୍ଥ ଯାତ୍ରାରେ ଯାଇଥିବା ବେଳେ ଘରେ କଳା କନା ବୁଲାଇଲେ ଚୋର । ଘରେ କେହି ନଥିବାର ସୁଯୋଗ ନେଇ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଗହଣା ସହ ଆସବାବପତ୍ର ନେଇଯାଇଛନ୍ତି ଚୋର।

ତେବେ ସିସିଟିଭିରେ କଏଦ ହୋଇଛି ଚୋରି ବେଳର ଦୃଶ୍ୟ । ଭରତପୁରର ତ୍ରିଲୋଚନ ଦାସଙ୍କ ପରିବାର ବଦ୍ରିନାଥ ଯାଇଥିବା ବେଳେ ତାଙ୍କ ଘରୁ ଚୋରି ହୋଇଛି । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ ଆରମ୍ଭ କରିଛି । ଆପାର୍ଟମେଣ୍ଟଟି ହାଇ ସିକ୍ୟୁରିଟି ଜୋନରେ ଥିବା ବେଳେ କିପରି ଚୋରି ହେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.