ଆମେରିକା ରାଷ୍ଟ୍ରପତିଙ୍କ ନାତୁଣୀ ନାଓମିଙ୍କ ସୁରକ୍ଷାରେ ବଡ଼ ତ୍ରୁଟି! ଗାଡ଼ି ଭାଙ୍ଗିବାକୁ ଆସିଥିଲେ ୩ ଅଜଣା ବ୍ୟକ୍ତି, ଗୁଳି ଚଳାଇଲେ ସିକ୍ରେଟ୍‌ ସର୍ଭିସ୍‌ ଏଜେଣ୍ଟ୍‌

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ ନାଓମି ବାଇଡେନଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଛି। କୁହାଯାଉଛି ଯେ ତିନିଜଣ ଅଜଣା ବ୍ୟକ୍ତି ନାଓମିଙ୍କ ଏସୟୁଭି ଗାଡ଼ିର ଝରକା ଭାଙ୍ଗିବାକୁ ଚେଷ୍ଟା କରିଥିଲେ, ଯାହାପରେ ନାଓମିଙ୍କ ସୁରକ୍ଷାରେ ମୁତୟନ ଥିବା ସିକ୍ରେଟ୍‌ ସର୍ଭିସ ଏଜେଣ୍ଟମାନେ ଗୁଳି ଚଳାଇଥିଲେ।

ରିପୋର୍ଟ ମୁତାବକ, ରାଷ୍ଟ୍ରପତି ବାଇଡେନଙ୍କ ନାତୁଣୀ ନାଓମିଙ୍କ ସୁରକ୍ଷାରେ ସିକ୍ରେଟ୍‌ ସର୍ଭିସ୍‌ର ଏଜେଣ୍ଟମାନେ ମୁତୟନ ଅଛନ୍ତି। ନାଓମି ନିଜ ସିକ୍ୟୁରିଟି ସହିତ ଜର୍ଜେଟାଉନରେ ଥିଲେ। ତାଙ୍କର ଏସୟୁଭି କାର୍‌ ଏକ ସ୍ଥାନରେ ପାର୍କିଂ ହୋଇଥିଲା। ସେଠାରେ କିଛି ଅଜଣା ବ୍ୟକ୍ତି ଗାଡ଼ିର ଝରକା ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏହାପରେ ସୁରକ୍ଷା କର୍ମୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ତେବେ ଏ ପର୍ଯ୍ୟନ୍ତ ଏହି ମାମଲାରେ ଅଧିକ ସୂଚନା ସାମ୍ନାକୁ ଆସିନାହିଁ।

ନାଓମି ନିଜ ପ୍ରେମିକଙ୍କୁ ଗତ ବର୍ଷ ନଭେମ୍ବରରେ ବିବାହ କରିଥିଲେ। ୨୯ ବର୍ଷୀୟା ନାଓମି ହେଉଛନ୍ତି ରାଷ୍ଟ୍ରପତିଙ୍କ ପୁଅ ହଣ୍ଟର୍ ବାଇଡେନ୍‌ ଓ କ୍ୟାଥଲିନଙ୍କ ବଡ଼ ଝିଅ। ସେ ପେସାରେ ଜଣେ ଓକିଲ। ନାଓମିଙ୍କ ନାମ ଜୋ ବାଇଡେନ୍‌ଙ୍କ ଝିଅଙ୍କ ନାମ ଅନୁସାରେ ରଖାଯାଇଥିଲା, ଯାହାଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ନାଓମି ୱାଶିଂଟନ୍ ଡିସିରେ ଲାଳନପାଳନ ହୋଇଥିଲେ। ସେ ତାଙ୍କ ଜେଜେବାପା ଜୋ ବାଇଡେନ୍‌ଙ୍କୁ ସ୍ନେହରେ ‘ପପ୍ସ’ ବୋଲି ଡାକନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.