ନୟାଗଡ଼ ନାବାଳିକା ହତ୍ୟା ମାମଲା: ପକସୋ କୋର୍ଟରେ ହାଜର ହେବ ଅଭିଯୁକ୍ତ, ଯଦୁପୁର ଗାଁରେ ଘଟଣାସ୍ଥଳରେ ଦେଖାଇବ ଡେମୋ

ନୟାଗଡ଼: ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ନୟାଗଡ଼ ପକସୋ କୋର୍ଟରେ ହଜାର କରାଯିବ । ଘଟଣାସ୍ଥଳରେ ଆଜି ଡେମୋ ଦେଖାଇବ ଅଭିଯୁକ୍ତ। କିଛି ସମୟ ପରେ ଅଭିଯୁକ୍ତକୁ ନେଇ ପହଞ୍ଚିବ SIT। ଏଥିପାଇଁ ଯଦୁପୁରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଗତକାଲି ଯଦୁପୁର ଗାଁରୁ ଜଣେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଶନିବାର ତାକୁ ଚିହ୍ନଟ କରି ହେପାଜତରେ ନେଇଥିଲା ଏସଆଇଟି ।

ମାରାଥନ୍‌ ଜେରା କରିବା ସହ ତଥ୍ୟ ପ୍ରମାଣ ଯୋଗାଡ଼ କରିଥିଲା । ଏହାପରେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ନାଁରେ ଲାଗିଛି ଆଇପିସିର ଧାରା ୩୭୬-A, ୩୭୬-AB, ୩୬୪, ୩୦୨ ଓ ୨୦୧ ଏବଂ ପକସୋ ଆକ୍ଟର ଦଫା ୬ ଲାଗିଛି । ଜୁଲାଇ ୧୪ ତାରିଖରେ ଯଦୁପୁର ଗାଁରୁ ନିଖୋଜ ହୋଇଥିଲା ପାଞ୍ଚ ବର୍ଷର ନାବାଳିକା । ପରିବାର ଲୋକ ନୟାଗଡ଼ ସଦର ଥାନାରେ ଏତଲା ଦେଇଥିଲେ।

ଜୁଲାଇ ୨୩ ତାରିଖରେ ଘର ପଛପଟୁ ଉଦ୍ଧାର ହୋଇଥିଲା ଗଳିତ ମୃତଦେହ । ଡିଏନଏ ଟେଷ୍ଟ ପରେ ସ୍ପଷ୍ଟ ହୋଇଥିଲା ପରିଚୟ । ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ୩୪ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା ହୋଇଥିଲା । ୪ ଜଣଙ୍କ ପଲିଗ୍ରାଫ ଟେଷ୍ଟ କରିଥିଲା ପୋଲିସ । କିନ୍ତୁ ଅଭିଯୁକ୍ତଙ୍କ ଟେର ପାଇ ନଥିଲା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.