ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ: ଜାନୁଆରୀରେ ଆସିବ ଟିକା, ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକାକରଣ

ନୂଆଦିଲ୍ଲୀ: ଜାନୁଆରୀରେ ମିଳିବ କରୋନା ଟିକା। ଭାରତରେ ଜାନୁଆରୀର କୌଣସି ସପ୍ତାହରେ ବି ଆସିପାରେ ଟିକା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ପ୍ରଥମେ ୩୦ କୋଟି ଲୋକଙ୍କୁ ଦିଆଯିବ ଟିକା। ସ୍ୱାସ୍ଥ୍ୟକର୍ମୀ, ଆଗଧାଡିର ଯୋଦ୍ଧା, ପୋଲିସ, ମିଲିଟାରୀ ଫୋର୍ସ, ସଫେଇ କର୍ମଚାରୀଙ୍କୁ ଟିକା ଦିଆଯିବ ।

ଏହାସହ ୫୦ ବର୍ଷ ବୟସରୁ ଅଧିକ ଲୋକଙ୍କୁ ମଧ୍ୟ ଟିକା ଦିଆଯିବ । ଯଦି କେହି ଟିକା ନେବା ପାଇଁ ଚାହିଁବେନି, ସେମାନଙ୍କୁ ବାଧ୍ୟ କରାଯିବନି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏବେ କରୋନାର କଠିନ ସମୟ ଟଳି ଯାଇଛି। ତଥାପି ସତର୍କ ରହିବାକୁ କହିଛନ୍ତି ଡକ୍ଟର ହର୍ଷବର୍ଦ୍ଧନ । ଏବେ ମାତ୍ର ୩ ଲକ୍ଷ ଆକ୍ଟିଭ୍‌ କେସ୍‌ ରହିଛି । କିଛି ମାସ ପୂର୍ବରୁ ୧୦ ଲକ୍ଷ ଆକ୍ଟିଭ୍‌ କେସ ରହୁଥିଲା । ୯୫ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବିଶ୍ୱରେ ସୁସ୍ଥ ହାରରେ ଭାରତ ପ୍ରଥମ ସ୍ଥାନରେ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.