Below header

ତମେ ସଲମାନ୍ ହେଲେ ମୁଁ ଦେଶର ଯବାନ, ମୁମ୍ବାଇ ବିମାନବନ୍ଦରରେ ଭାଇଜାନଙ୍କୁ ଅଟକାଇ ଦେଲେ ନୟାଗଡ଼ ଯୁବକ

କେନ୍ୟୁଜ୍(ବ୍ୟୁରୋ):  ସଲମାନଙ୍କୁ ଅଟକାଇ ଚର୍ଚ୍ଚାରେ ନୟାଗଡ଼ ଯୁବକ । ମୁମ୍ବାଇ ବିମାନବନ୍ଦରରେ ଭାଇଜାନଙ୍କୁ ଅଟକାଇ ଦେଲେ ନୟାଗଡ଼ ଯୁବକ । ଟାଇଗର ଥ୍ରୀର ସୁଟିଂ ପାଇଁ ଯାଉଥିବା ସଲମାନ ଖାନ୍‌ ଓ କ୍ୟାଟ୍ରିନା କୈଫଙ୍କୁ ବିମାନବନ୍ଦର ଯାଞ୍ଚ ପାଇଁ ଅଟକାଇ ଚର୍ଚ୍ଚାକୁ ଆସିଥିବା ଏହି CISF ଯବାନ ହେଉଛନ୍ତି ନୟାଗଡ଼ ଘଣ୍ଟସାହିର ରାଜକିଶୋର ମହାନ୍ତିଙ୍କ ପୁଅ ସୋମନାଥ ।

ଗତ ୧୯ ତାରିଖ ରାତିରେ ସଲମାନ ଓ କ୍ୟାଟ୍ରିନା ଋଷିଆ ଯିବା ପାଇଁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ । ସଲମାନଙ୍କୁ ପାଖରେ ପାଇ ସେ କେହି ବି ତାଙ୍କ ସହ ଫଟୋ ଓ ଅଟୋଗ୍ରାଫ ନେବାକୁ ଚାହିଁବେ । ହେଲେ ସେମାନାଥ କର୍ତ୍ତବ୍ୟରୁ ବିଚ୍ୟୁତ ହୋଇନଥିଲେ । ସୋମନାଥ ଅଟକାଇବା ପରେ ସଲମାନ ବୁଝି ଯାଇଥିଲେ ଏହା ଏକ ସୁରକ୍ଷା ଯାଞ୍ଚ । ୨୦୧୮ରେ CISFରେ ଯୋଗ ଦେଇଥିଲେ ସୋମନାଥ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.