ଜିମ୍ ଏବଂ ପାର୍କରେ ଆତଙ୍କରାଜ ଚଲାଇବା ପରେ ଏବେ ଗରବା ଡ୍ଯାନ୍ସ କଲେ ତାଲିବାନୀ, ଭିଡିଓ ଭାଇରଲ

ଆଫଗାନିସ୍ତାନରେ ଆତଙ୍କୀ ସଂଗଠନ ତାଲିବାନ ଶାସନ ଚାଲିବା ପରେ ନାଗରିକଙ୍କ ମଧ୍ୟରେ କୋକୁଆ ଭୟ। ଅନେକ ମାତ୍ରାରେ ଲୋକେ ଦେଶ ଛାଡିବା ପାଇଁ ଚେଷ୍ଟା କରୁଛନ୍ତି। ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନୀଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଭାଇରଲ ହେଉଥିବା ଭିଡିଓରେ ତାଲିବାନୀ ଜିମ୍ କରୁଥିବା ବେଳେ ଆଉ କେଉଁ ଭିଡିଓରେ ଛୋଟ ପିଲାଙ୍କ ଖେଳନା କାରରେ ବସି ଖେଳୁଥିବା ନଜର ଆସିଛନ୍ତି।

ଏବେ ଆଉ ଏକ ଭିଡିଓ ଭାଇରଲ ହେଉଛି। ଯେଉଁଥିରେ ତାଲିବାନୀମାନେ ଗରବା ଷ୍ଟାଇଲରେ ଡ୍ଯାନ୍ସ କରୁଥିବା ନଜର ଆସିଛନ୍ତି। ସେମାନେ ଏପରି ଡ୍ଯାନ୍ସ କରୁଛନ୍ତି, ଯାହା ଗୁଜରାଟ ଡ୍ଯାନ୍ସ ଗରବା ସହିତ ବେଶ ସାମଞ୍ଜସ୍ଯ ଥିବା ଜଣାପଡୁଛି। ଏହି ଭିଡିଓକୁ ‘ତାଲିବାନୀ ଆତଙ୍କୀଙ୍କ ଡ୍ଯାନ୍ସ ଭିଡିଓ’ ମଧ୍ୟ କୁହାଯାଉଛି। ଭିଡିଓକୁ ଆଇପିଏସ ରୁପିନ ଶର୍ମା ଟ୍ବିଟ୍ କରିଛନ୍ତି।

୪୫ ସେକେଣ୍ଡର ଏହି ଭିଡିଓରେ ତାଲିବାନୀ ଆତଙ୍କୀ କୌଣସି ଏକ ଖୋଲାପଡିଆରେ ଡ୍ଯାନ୍ସ କରୁଥିବା ନଜର ଆସିଛନ୍ତି। ସମସ୍ତେ ହାତରେ ହତିଆର ଧରି ନାଚୁଥିବା ଦେଖିବାକୁ ମିଳିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.