ବାତ୍ୟା ୟସ୍‌ ମୁକାବିଲା ପାଇଁ ଏନଡିଆରଏଫର ପ୍ରସ୍ତୁତି, କଟକ ମୁଣ୍ଡୁଳିରୁ ବାହାରିଲା ଟିମ୍

କଟକ: ବାତ୍ୟା ୟସ୍‌ ମୁକାବିଲା ପାଇଁ ଏନଡିଆରଏଫର ପ୍ରସ୍ତୁତି। ବାତ୍ୟା ଆଶଙ୍କା ଥିବା ଜିଲ୍ଲାକୁ କଟକ ମୁଣ୍ଡୁଳି ସ୍ଥିତ ଏନଡିଆରଏଫର ତୃତୀୟ ବାଟାଲିୟନରୁ ଟିମ୍‌ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି।

ମୋଟ ୨୨ଟି ଟିମ୍‌ ମୁତୟନ କରାଯିବ। ୧୮ ଟିମ୍‌କୁ ପ୍ରଭାବିତ ଜିଲ୍ଲା ଗୁଡିକୁ ପଠାଯାଇଛି । ସେଥିମଧ୍ୟରୁ ୭ଟି ବାଲେଶ୍ୱର, ୪ଟି ଭଦ୍ରକ, ୩ଟି କେନ୍ଦ୍ରାପଡା, ୨ଟି ଯାଜପୁରକୁ ପଠାଯାଉଥିବାବେଳେ ଜଗତସିଂହପୁର ଓ ମୟୂରଭଞ୍ଜକୁ ଗୋଟିଏ ଲେଖାଏଁ ଟିମ୍‌ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.