Below header

ଦୁର୍ଲ୍ଲଭ ଦୃଶ୍ୟ: ମା’ ବାଘୁଣୀର ମୃତ୍ୟୁ ପରେ ପିତା ନେଉଛି ୪ ଶାବକଙ୍କ ଯତ୍ନ

ମଧ୍ୟ ପ୍ରଦେଶର ପନ୍ନା ଟାଇଗର ରିଜର୍ଭରେ ଏକ ଦୁର୍ଲ୍ଲଭ ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ଏକ ବାଘୁଣୀର ମୃତ୍ୟୁ ପରେ ତାର ୪ଟି ଶାବକର ଯତ୍ନ ଅଣ୍ଡିରା ବାଘ ନେଉଥିବା ଦେଖିବାକୁ ମିଳିଛି। ପତ୍ନୀର ମୃତ୍ୟୁ ପରେ ସ୍ବାମୀ ପିଲାଙ୍କ ଲାଳନପାଳନ କରୁଛି। ରିଜର୍ଭର ସଂଚାଳକ ଉତ୍ତମ କୁମାର ଶର୍ମା ଏହାର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ବାଘ ଛୁଆଗୁଡ଼ିକ ବାପା ବାଘ ଆଖ ପାଖରେ ଖେଳୁଥିବା ଦେଖିବାକୁ ମିଳିଛି।

ସେ କହିଛନ୍ତି, ବାଘ ଛୁଆଙ୍କ ବୟସ ୬-୮ ମାସ। ଗତ ମେ ୧୨ ରେ ବାଘୁଣୀ ପି-୨୧୩ର ବାମ ଗୋଡ଼ରେ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା। ପରେ ତା ଚିକିତ୍ସା କରାଯାଇଥିଲା। କିନ୍ତୁ ମେ ୧୫ ରେ ତା ମୃତଦେହ ମିଳିଥିଲା।

ତା ପରଠୁ ବାଘ ଶାବକଙ୍କର ବିଶେଷ ଯତ୍ନ ନିଆଯାଉଛି। ଛୁଆଙ୍କ ଉପରେ ନଜର ରଖିବାକୁ ବାପା ବାଘକୁ ରେଡିଓ କଲାର ପିନ୍ଧା ଯାଇଛି। ଏବେ ସେ ପିଲାଙ୍କ ଯତ୍ନ ନେଉଥିବା ଦେଖାଯାଇଛି। ତେବେ ଅଣ୍ଡିରା ବାଘଟି ଏକ ମଣିଷ ଭଳି ନିଜ ପିଲାଙ୍କ ଯତ୍ନ ନେଉଛି, ଯାହା ଦୁର୍ଲ୍ଲଭ ବୋଲି କହିଛନ୍ତି ବନ ଅଧିକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.