ଟିମ୍‌ ଇଣ୍ଡିଆ ଖେଳାଳି ଇଂଲଣ୍ଡରେ ନେବେ କରୋନା ଟିକାର ଦ୍ୱିତୀୟ ଡୋଜ୍‌

ମୁମ୍ବାଇ : କରୋନାକୁ ହରାଇ ଟିମ୍‌ ଇଣ୍ଡିଆ ମଇଦାନକୁ ଓହ୍ଲାଇବା ପାଇଁ ପୂରା ପ୍ରସ୍ତୁତ ଅଛି । ବିରାଟ ସେନା ଇଂଲଣ୍ଡରେ ଆଗାମୀ ଜୁନ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଟେଷ୍ଟ ଚାମ୍ପିୟନସିପ ଫାଇନାଲ୍‌ ଖେଳିବାକୁ ଯାଉଛି । ନ୍ୟୁଜିଲାଣ୍ଡ ବିରୋଧରେ ଭାରତୀୟ ଦଳ ଏହି ମ୍ୟାଚ୍‌ ଖେଳିବ । ଟିମ ଇଣ୍ଡିଆର ସବୁ ଖେଳାଳି କରୋନା ଟିକାର ପ୍ରଥମ ଡୋଜ ନେଇ ସାରିଛନ୍ତି । ହେଲେ ଦ୍ୱିତୀୟ ଡୋଜ ବେଳକୁ ଦଳ ଇଂଲଣ୍ଡରେ ଥିବାର ସମ୍ଭାବନା ଅଛି । ଏଣୁ କରୋନା ଟିକାର ଦ୍ୱିତୀୟ ଡୋଜ ସେମାନେ ଇଂଲଣ୍ଡରେ ନେବେ ବୋଲି ସ୍ଥିର ହୋଇଛି ।

ସାଉଥମ୍ପଟନ୍‌ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ସହ ଟେଷ୍ଟ ଚାମ୍ପିନସିପ୍‌ ଫାଇନାଲ୍‌ ଖେଳିବା ପରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ ମଧ୍ୟ ଖେଳିବ । ଏହି ସିରିଜ୍‌ ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.