Below header

ପିଲାଙ୍କ ଅକ୍ସିଜେନ୍ ଲେବଲ ୯୦ରୁ କମିଲେ ହୋଇଯାଆନ୍ତୁ ଆଲର୍ଟ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କଲା ନୂଆ ଗାଇଡଲାଇନ୍

କରୋନାର ଦ୍ଵିତୀୟ ଲହରୀ ପରେ ଏବେ ତୃତୀୟ ଲହରୀ ପାଇଁ ଲୋକଙ୍କୁ ସଚେତନ କରିଛନ୍ତି ସରକାର। ତୃତୀୟ ଲହରୀକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଗାଇଡଲାଇନ୍ ମୁତାବକ, ଯଦି ଛୋଟ ପିଲାଙ୍କ ଅକ୍ସିଜେନ୍ ଲେବଲ ୯୦ରୁ କମୁଛି ତେବେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିବା ଆବଶ୍ୟକ। ଆବଶ୍ୟକ ପଡ଼ିଲେ ଆଇସିୟୁକୁ ସିଫ୍ଟ କରିବା ଜରୁରୀ। ଏଭଳି ଶିଶୁଙ୍କୁ ନିମୋନିଆ, ଏକ୍ୟୁଟ ରିସପାଇଟରୀ ଡିଷ୍ଟ୍ରେସ ସିଣ୍ଡ୍ରୋମ, ସେପ୍ଟିକ ଶକ, ମଲ୍ଟି ଅର୍ଗାନ ଡିସଫଙ୍କସନ ସିଣ୍ଡ୍ରୋମ ଭଳି ରୋଗ ହୋଇପାରେ।

ଗାଇଡଲାଇନ ମୁତାବକ, କେବଳ ଗମ୍ଭୀର ପିଲାଙ୍କୁ ମେଡିକାଲ ନେବା ଦରକାର। ନଚେତ ପିଲାଙ୍କୁ ଘରେ ଆଇସୋଲେସନରେ ରଖି ଚିକିତ୍ସା କରିବା ଦରକାର। ଘରେ ନିୟମିତ ସେମାନଙ୍କ ଅକ୍ସିଜେନ୍ ଲେବଲ ଚେକ କରିବା ଆବଶ୍ୟକ। ଅଧିକାଂଶ ପିଲାଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଉନାହିଁ। ଏଭଳି ସ୍ଥିତିରେ ତାଙ୍କର ଅଧିକ ଯତ୍ନ ନେବା ଜରୁରୀ।

କିଛି ଶିଶୁଙ୍କ ଠାରେ ଝାଡ଼ା ହେବା, ବାନ୍ତି ହେବା ଓ ପେଟ କାଟିବା ଭଳି ସମସ୍ୟା ଦେଖାଯାଉଛି। ଏଥିସହ କିଛିଙ୍କ ଠାରେ ମଲ୍ଟି ସିଷ୍ଟମ ଇଂଫ୍ଲେମାଟୋରୀ ସିଣ୍ଡ୍ରୋମ ଦେଖିବାକୁ ମିଳୁଛି। ଏଭଳି ଶିଶୁଙ୍କୁ ୩୮ ସେଣ୍ଟିଗ୍ରେଟରୁ ଅଧିକ ଜ୍ୱର ରହିଥାଏ। ଏସବୁ ଲକ୍ଷଣ ଥିଲେ ଶିଶୁକୁ ତୁରନ୍ତ ଡାକ୍ତର ଦେଖାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.