ପୁରୀ: ସ୍ୱତନ୍ତ୍ର ବେଶରେ ସେବାୟତ ପରିବାରର କୁନି କୁନି ଝିଅ, ଆଶ୍ୱୀନ ଶୁକ୍ଳ ପଞ୍ଚମୀ ଠାରୁ ସପ୍ତମୀ ଯାଏ ହୋଇଥାନ୍ତି ନେତ ପିଲା

ପୁରୀ(କେନ୍ୟୁଜ୍): ଦେବୀ ବେଶରେ କୁନି କୁନି ପିଲା । ପାରମ୍ପରିକ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସୁସଜ୍ଜିତ । ହାତରେ ଅରଖ, ଦୁଦୁରା, ବେଲପତ୍ର, ମକା, ପାଣି କଖାରୁ, ଫୁଲ ଆଦି ସାମଗ୍ରୀ ସହ ମାର୍କଣ୍ଡେୟ ତୀର୍ଥ ପୁଷ୍କରଣୀରେ ପହଞ୍ଚି ହରପାର୍ବତୀ ପୂଜା କରିବା ସହ ପାରମ୍ପରିକ ବଳିଗୀତ ଗାଇଛନ୍ତି । ସ୍ୱତନ୍ତ୍ର ବେଶ, ସ୍ୱତନ୍ତ୍ର ପରିପାଟି ଏବଂ ଅନୁଶାସନରେ ସେବାୟତ ପରିବାରର ଏହି କୁନି କୁନି ଝିଅ ମାନେ ଭଲ ଘର ଓ ଭଲ ବର ପାଇବା ସହ ପରିବାର ଏବଂ ବାପା,ମା’ଙ୍କ ଦୀର୍ଘୟୁ କାମନା କରି ପୂଜା କରିଥାନ୍ତି । ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସେବାୟତ ସାହିର ଛୋଟ ଛୋଟ ପିଲା ଆଶ୍ୱୀନ ଶୁକ୍ଳ ପଞ୍ଚମୀ ଠାରୁ ସପ୍ତମୀ ପର୍ଯ୍ୟନ୍ତ ୩ ଦିନ ନେତ ପିଲା ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.