Below header

ପଶ୍ଚିମବଙ୍ଗ ମାଲଦାର ମହାନନ୍ଦା ନଦୀରେ ବୁଡିଲା ଡଙ୍ଗା: ୪୦ରୁ ଅଧିକ ନିଖୋଜ, ୭ ଜଣଙ୍କ ମୃତ ଦେହ ଉଦ୍ଧାର

କେନ୍ୟୁଜ୍: ପଶ୍ଚିମବଙ୍ଗ ମାଲଦାର ମହାନନ୍ଦା ନଦୀରେ ବୁଡିଲା ଡଙ୍ଗା । ୫୦ରୁ ଅଧିକ ଲୋକ ଏକ ଡଙ୍ଗାରେ ନଦୀ ପାର ହେଉଥିବା ବେଳେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା । ୭ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଅନେକ ଲୋକଙ୍କୁ ନଦୀ ଭିତରୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆହୁରୀ ବଢିବା ଆଶଙ୍କା କରାଯାଉଛି । ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ଯାଉଥିଲେ । ଏହା ସହ ଡଙ୍ଗାରେ ସାଇକେଲ ଓ ବାଇକ୍‌ ମଧ୍ୟ ରହିଥିଲା । ତେଣୁ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା । ଡଙ୍ଗାରେ ଥିବା ଲୋକମାନେ ଉତ୍ତର ଦିନାଜପୁରରେ ଏକ ଉତ୍ସବ ଦେଖିବା ପାଇଁ ଯାଇଥିଲେ । ଫେରୁଥିବା ବେଳେ ଏପରି ଅଘଟଣ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.