କିଟ୍ ବିଶ୍ୱବିଦ୍ୟାଳୟରେ ନେଦରଲାଣ୍ଡ ହକି ଟିମ୍ , ଜିମ୍ରେ କଲେ ଅଭ୍ୟାସ

ଭୁବନେଶ୍ବର : କିଟ୍ ବିଶ୍ୱବିଦ୍ୟାଳୟରେ ନେଦରଲାଣ୍ଡ ହକି ଟିମ୍ । ଟିମର ସମସ୍ତ ଖେଳାଳି କିଟ୍ରେ ଥିବା ଜିମ୍ରେ ଅଭ୍ୟାସ କରିଛନ୍ତି । କ୍ୟାପଟେନଙ୍କ ସହ ସମସ୍ତ ଖେଳାଳି ଫିଟ୍ ରହିବା ପାଇଁ କିଟ୍ ଜିମ୍ରେ ଦୀର୍ଘ ସମୟ ପରିଶ୍ରମ କରିଛନ୍ତି । ଏହା ସହ ଫୁଟବଲ ଖେଳ ମାଧ୍ୟମରେ ମଧ୍ୟ ନିଜକୁ ଫିଟ ରଖିବା ପାଇଁ ପ୍ରୟାସ କରିଛନ୍ତି । ଭୁବନେଶ୍ୱର ସହ କିଟ୍ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିଛନ୍ତି ନେଦରଲାଣ୍ଡ ହକି ଖେଳାଳି । ଶନିବାର ମାଲେସିଆ ସହିତ ହେବାକୁ ଥିବା ମ୍ୟାଚ ପାଇଁ ନେଦରଲାଣ୍ଡ ଟିମ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ନେଦରଲାଣ୍ଡ ଟିମର ଖେଳାଳି ।