କାଲି ବିଜେପିକୁ ବାଏ ବାଏ କରିବେ ଦିଲ୍ଲୀପ ଓ ବିଜୟ

ଭୁବନେଶ୍ବର : ରାଜ୍ୟ ବିଜେପିରେ ଏବେ ଫୁଲ୍‌ ହଲଚଲ୍‌ । ଆଇଏଏସ୍‌ ଅଫିସର ପଦ ଛାଡ଼ି ଅପରଜିତା ଷଡଙ୍ଗୀ ବିଜେପି ହାତ ଧରୁ ଧରୁ ଦଳ ଛାଡିବା ନିଷ୍ପତ୍ତି ନେଇଛନ୍ତି ବିଜେପି ବିଧାୟକ ଦିଲ୍ଲୀପ ରାୟ । ଆସନ୍ତାକାଲି ସେ ବିଧିବଦ୍ଧ ଭାବେ ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି । ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ନ ହେବା ଓ ଆଇଜିଏଚ ହସ୍ପିଟାଲକୁ ସୁପର ସ୍ପେଶାଲିଟି ହସ୍ପିଟାଲ ନ କରାଯିବା ପ୍ରତିବାଦରେ ସେ ଇସ୍ତଫା ଦେବେ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି ।

ସେପଟେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ବିଜେପି ଛାଡିବା ନେଇ ନିଷ୍ପତ୍ତି ନେଇଥିବା ଜଣାପଡିଛି । ରାଜ୍ୟ ବିଜେପିରେ ତାଙ୍କୁ ଦୀର୍ଘ ଦିନ ହେଲା ଅଣଦେଖା କରାଯିବା ଏବଂ ବିଭିନ୍ନ ପ୍ରସଙ୍ଗରେ ତାଙ୍କୁ ସାଇଡଲାଇନ କରାଯିବା ପ୍ରତିବାଦରେ ସେ ମଧ୍ୟ ବିଜେପି ଛାଡିବାକୁ ନିଷ୍ପତ୍ତି ନେଇସାରିଛନ୍ତି । ଆସନ୍ତାକାଲି ଏ ସଂପର୍କରେ ସେ ଗଣମାଧ୍ୟମକୁ ଜଣାଇବେ ବୋଲି ସୂଚନା ମିଳିଛି । ତେବେ ରାଜ୍ୟ ବିଜେପିରେ ଗୋଟିଏ ପଟେ ମିଶ୍ରଣ ପର୍ବ ଚାଲିଥିବା ବେଳେ ଆଉ ଗୋଟିଏ ପଟେ ଫେଡାଣ ପର୍ବ ଆରମ୍ଭ ହୋଇଯାଇଥିବା ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.