ମୁଖ୍ୟମନ୍ତ୍ରୀଙ୍କ ବଲିଉଡ୍‌ ପ୍ରେମ, ବି ଟାଉନ୍‌ର ସେଲିବ୍ରିଟିଙ୍କ ସହ ବଢୁଛି ନବୀନଙ୍କ ସଂପର୍କ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ବଲିଉଡ୍‌ ପ୍ରେମ । ବି ଟାଉନ୍‌ର ସେଲିବ୍ରିଟିଙ୍କ ସହ ବଢୁଛି ନବୀନଙ୍କ ସଂପର୍କ । ହକି ବିଶ୍ୱକପ୍‌ ପାଇଁ ଭୁବନେଶ୍ୱର ଆସିଛନ୍ତି ବଡ଼ ବଡ଼ ସେଲିବ୍ରିଟି । ସମସ୍ତେ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା । ହକି ବିଶ୍ୱକପ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମେ ଦେଖିବାକୁ ମିଳିଥିଲା କୌନ୍‌ ବନେଗା କରୋଡ ପତି ସୋ’ରେ । ବିଗ୍‌ ବି ଅମିତାଭ ବଚ୍ଚନ୍‌ଙ୍କ ସହ କଥା ହୋଇଥିଲେ ନବୀନ । ହକି ବିଶ୍ୱକପ୍‌ ପାଇଁ ଭୁବନେଶ୍ୱର ଆସିବାକୁ ତାଙ୍କୁ ନିମନ୍ତ୍ରଣ କରିଥିଲେ ।

SRK naveen୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମ୍‌ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ହକି ବିଶ୍ୱକପ୍‌କୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବଲିଉଡ୍‌ର ବାଦଶାହା ଶାହାରୁଖ୍‌ ଖାନ୍‌ । କଳିଙ୍ଗ ଷ୍ଟାଡିୟମ୍‌ରେ ନବୀନ ଶାହାରୁଖ୍‌ଙ୍କୁ କୁଣ୍ଢାଇବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଶାହାରୁଖ୍‌ ମଧ୍ୟ ନବୀନଙ୍କ ଭୁରି ଭୁରି ପ୍ରଶଂସା କରିଥିଲେ । ବିଶ୍ୱକପ୍‌ ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ।

salman naveenବାରବାଟୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଆସିଥିଲେ ଦବଙ୍ଗ ହିରୋ ସଲମାନ ଖାନ୍‌ । ମଞ୍ଚ ଉପରେ ନବୀନଙ୍କ ହାତକୁ ମାଇକ୍ରୋ ଫୋନ୍‌ ବଢାଇ ଦେଇଥିଲେ ସଲମାନ । ଏହାସହ ତାଙ୍କର ପ୍ରଶଂସା କରିଥିଲେ । କହିଥିଲେ, ମୁଖ୍ୟମନ୍ତ୍ରୀ ଜଣେ ଅତି ସରଳ ଲୋକ । ତାଙ୍କ ବେଶ ପୋଷାକ ମଧ୍ୟ ବେଶ୍‌ ସରଳ । ତାଙ୍କର ବ୍ୟକ୍ତିତ୍ୱ ଯୋଗୁ ଦୀର୍ଘ ବର୍ଷ ଧରି ସେ ମୁଖ୍ୟମନ୍ତ୍ରୀ ଅଛନ୍ତି । କେବଳ ଏତିକି ନୁହଁ ନବୀନଙ୍କ ସହ ସୁପରଷ୍ଟାର ସଲମାନଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ସଲମାନ-ନବୀନଙ୍କ ପଛପଟେ ରହି ତାଙ୍କୁ ଧରିଥିବା ଦେଖିବାକୁ ମିଳିଛି ।

a r rehmanହକି ବିଶ୍ୱକପ୍‌ ପାଇଁ ଭୁବନେଶ୍ୱର ଆସିଥିବା ଓସ୍କାର ବିଜେତା ଏ. ଆର. ରେହମାନ୍‌ ଯାଇଥିଲେ ନବୀନ ନିବାସ । ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ନବୀନ ନିବାସ ପାର୍କରେ ବୁଲିଥିଲେ । ଦୁହେଁ ସେଲ୍‌ଫି ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ରେହମାନ୍‌ ।

କଳିଙ୍ଗ ଷ୍ଟାଡିୟମ୍‌ରେ ଆଯୋଜିତ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇଥିଲେ ବଲିଉଡ୍‌ କୁଇନ୍‌ ମାଧୁରୀ ଦୀକ୍ଷିତ । ଏହା ପୂର୍ବରୁ ଚେନ୍ନାଇରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ କମଲ୍‌ ହାସନ୍‌ । ରାଜନୀତିରେ ସେ ନୂଆ ହୋଇଥିବାରୁ ନବୀନଙ୍କଠାରୁ ପରାମର୍ଶ ନେବା ପାଇଁ ତାଙ୍କୁ ଭେଟିଥିବା କହିଥିଲେ କମଲ ହାସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.