Below header

କାଲି ଅବସର ନେବେ ଆର.ବାଲକ୍ରିଷ୍ଣନ୍‌, କିଏ ହେବେ ପରବର୍ତ୍ତୀ ଉନ୍ନୟନ କମିଶନର ?

ଭୁବନେଶ୍ବର : ଅବସର ଗ୍ରହଣ କରୁଛନ୍ତି ବରିଷ୍ଠ ଆଇଏଏସ ଅଫିସର ତଥା ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ । ତାଙ୍କ ସହ ବରିଷ୍ଠ ଆଇଏଏସ ଅଧିକାରୀ ତଥା ୧୯୮୫ ବ୍ୟାଚର ଅଫିସର ସଂଗ୍ରାମ ମିଶ୍ର ମଧ୍ୟ ଅବସର ନେବେ । ୧୯୮୪ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ଆର.ବାଲକ୍ରିଷ୍ଣନ । ସେହିପରି ୧୯୮୪ ବ୍ୟାଚର ଆଇଏଏସ ଅଫିସର ଡକ୍ଟର ସୁନିଲ ଭାର୍ଗବ ଏବେ ଦିଲ୍ଲୀରେ ମୁଖ୍ୟ ଆବାସିକ କମିଶନର ଭାବେ ଅବସ୍ଥାପିତ । ଏହା ବାଦ୍‌ ୧୯୮୫ ବ୍ୟାଚର ଆଇଏଏସ ଅଫିସର ବିପିନ୍‌ ସକ୍ସେନା ଆସନ୍ତା ଡିସେମ୍ବରରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ସେହି ବ୍ୟାଚର ଆଇଏଏସ ଅଫିସର ଉପେନ୍ଦ୍ର ପ୍ରସାଦ ସିଂ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । କେନ୍ଦ୍ର ଜଳସମ୍ପଦ ବିଭାଗର ସଚିବ ଭାବରେ କାର‌୍ୟ୍ୟରତ ।

୧୯୮୫ ବ୍ୟାଚର ଆଇଏଏସ ଅଧିକାରୀ ସୁରେନ୍ଦ୍ର ନାଥ ତ୍ରିପାଠୀ ମଧ୍ୟ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ହେଲେ ୧୯୮୫ ବ୍ୟାଚର ଆଇଏଏସ ଅଫିସର ଗଗନ ଧଳ ଏବେ ରାଜ୍ୟରେ କାର‌୍ୟ୍ୟରତ । ଗଗନ ଧଳ ଏବେ ଏପିସି ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ଅନ୍ୟପଟେ ୧୯୮୬ ବ୍ୟାଚର ଅଫିସର ଅସିତ୍‌ ତ୍ରିପାଠୀ, ଏଲ.ଏନ୍‌ ଗୁପ୍ତା, ସୁରେଶ ମହାପାତ୍ରଙ୍କ ନାଁକୁ ଏବେ ଚର୍ଚ୍ଚା ଜୋର ଧରିଛି । ଅସିତ୍‌ ତ୍ରିପାଠୀ ଗୃହ ବିଭାଗର ଦାୟିତ୍ୱରେ ଥିବା ବେଳେ ଏଲ.ଏନ.ଗୁପ୍ତାଙ୍କୁ ଏମଏସଏମଇ ଦାୟିତ୍ୱରେ ରହିଛନ୍ତି । ସେହିପରି ସୁରେଶ ମହାପାତ୍ର ଏବେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି । ଗଗନ ଧଳ, ଅସିତ୍‌ ତ୍ରିପାଠୀ, ଏଲ.ଏନ୍‌ ଗୁପ୍ତା, ସୁରେଶ ମହାପାତ୍ରଙ୍କ ନାଁ ଚର୍ଚ୍ଚାର ସବୁଠାରୁ ଆଗରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.