ହକି ବିଶ୍ୱ କପ୍ : କଡ଼ା ଟକ୍କର ପରେ ୪-୩ ଗୋଲ୍ରେ ସ୍ପେନ୍କୁ ହରାଇଲା ଆର୍ଜେଣ୍ଟିନା

ଭୁବନେଶ୍ୱର (କେନ୍ୟୁଜ୍) : ହକି ବିଶ୍ୱ କପ୍ର ଆଜି ହେଉଛି ଦ୍ୱିତୀୟ ଦିନ । ଆଜିର ପ୍ରଥମ ମ୍ୟାଚ୍ରେ ଅଲିମ୍ପିକ୍ ଚାମ୍ପିଅନ୍ ଆର୍ଜେଣ୍ଟିନା ୪-୩ ଗୋଲ୍ରେ ସ୍ପେନ୍କୁ ପରାସ୍ତ କରିଛି ।
ପୁଲ୍ ‘ଏ’ର ଏହି ମ୍ୟାଚ୍ ଖୁବ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଟକ୍କର ସମକକ୍ଷ ଥିଲା । ଗୋଲ୍ ସ୍କୋର ଆରମ୍ଭ କରିଥିଲା ସ୍ପେନ୍ ଆଉ ମୁଣ୍ଡି ମାରିଲା ଆର୍ଜେଣ୍ଟିନା । ଆର୍ଜେଣ୍ଟିନା ପକ୍ଷରୁ ଅଗଷ୍ଟିନ୍ ମାଜିଲି ୪ ଓ ୧୫ ମିନିଟ୍ରେ ଦୁଇଟି ଗୋଲ୍ ସ୍କୋର କରିଥିବା ବେଳେ ଗୋଞ୍ଜାଲୋ ପେଇଲାଟ୍ ଅନ୍ୟ ଦୁଇଟି ଗୋଲ୍ ଦେଇଥିଲେ । ମ୍ୟାଚ୍ର ପ୍ରଥମ ଗୋଲ୍ କରିଥିଲେ ସ୍ପେନ୍ର ଏନରିକ୍ ଗୋଞ୍ଜାଲେଜ୍ । ସେ ତୃତୀୟ ମିନିଟ୍ରେ ଗୋଲ୍ ଦେବା ପରେ ତାକୁ ଅଗଷ୍ଟିନ୍ ପରିଶୋଧ କରି ଦେଇଥିଲେ । ପୁଣି ପେପେ ରୋମିଉ ୧୪ ମିନିଟ୍ରେ ଦ୍ୱିତୀୟ ଗୋଲ୍ ଦେଇ ସ୍ପେନ୍କୁ ୨-୧ରେ ଆଗୁଆ କରିଥିଲେ । କିନ୍ତୁ ଯେମିତି ଆର୍ଜେଣ୍ଟିନା ପଛରେ ପଡ଼ିବାକୁ ରାଜି ନଥିଲା ।
ତୁରନ୍ତ ଗୋଟିଏ ମିନିଟ୍ ପରେ ଏହାକୁ ଶୁଝାଇ ଦେଇଥିଲେ ମାଜିଲି । ପରେ ପେଇଲାଟ୍ଙ୍କ ଗୋଲ୍ ବଳରେ ଆର୍ଜେଣ୍ଟିନା ୩-୨ରେ ଆଗେଇ ଯାଇଥିଲା । ତେବେ ୩୫ତମ ମିନିଟ୍ରେ ଭିସେଙ୍କ ରୁଇଜଙ୍କ ଗୋଲ୍ ସ୍ପେନ୍କୁ ସମାନସ୍ତରକୁ ନେଇ ଆସିଥିଲା । ମ୍ୟାଚ୍ର ତୃତୀୟ କ୍ୱାର୍ଟର ଶେଷରେ ଉଭୟ ଦଳ ୩-୩ ଗୋଲ୍ରେ ଥିଲେ । ପରେ ବିଜୟ ସୂଚକ ଗୋଲ୍ ସ୍କୋର କରିଥିଲେ ପେଇଲାଟ୍ ।
📽️ | @GPeillat of @ArgFieldHockey has his take on the game and road ahead in the World Cup. Not to forget, he just scored a brace in the game 😬#HWC2018 #Odisha2018 pic.twitter.com/kT2S2AmFSO
— Hockey World Cup 2018 – Host Partner (@sports_odisha) November 29, 2018
ତେବେ ଦମ୍ଦାର ଖେଳ ଦେଖାଇଥିବା ଅଗଷ୍ଟିନ୍ ମାଜିଲିଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । ଆଜି ମ୍ୟାଚ୍ ଦେଖିବାକୁ କଳିଙ୍ଗ ଷ୍ଟାଡିୟମ୍ରେ ଲୋକଙ୍କ ଗହଳି ହୋଇଥିଲା ।
🏑 | LIVE | Fans are on to the tune and they are having a GALA time!#HWC2018 #Odisha2018
🇦🇷 #ARGvESP 🇪🇸 pic.twitter.com/qhuwMn1PZu— Hockey World Cup 2018 – Host Partner (@sports_odisha) November 29, 2018
ଆଜିର ଦ୍ୱିତୀୟ ମ୍ୟାଚ୍ ନ୍ୟୁଜିଲାଣ୍ଡ ଓ ଫ୍ରାନ୍ସ ମଧ୍ୟରେ ଖେଳା ଯାଉଛି ।