ମାଆ କୋଳକୁ ଫେରିଲା ନବଜାତ ପୁଅ

ଭୁବନେଶ୍ବର : ମାଆ କୋଳକୁ ଫେରିଲା ନବଜାତ ପୁଅ । କ୍ୟାପିଟାଲ ହସପିଟାଲରେ ୧୧ ଦିନ ତଳେ ସ୍ଥାନୀୟ ଜଣେ ଗରିବ ମହିଳା ଏକ ପୁତ୍ରକୁ ଜନ୍ମ ଦେଇଥିଲେ । ସେ ଗତ ସୋମବାର ଦିନ ଡିସଚାର୍ଜ ହେବା ପରେ ପିଲାଟିକୁ ମାମା ନାମକ ଜଣେ ଅଙ୍ଗନବାଡ଼ି କର୍ମୀ ନେଇ ଯାଇଥିବା ଅଭିଯୋଗ କରିଥିଲେ । ଏମିତିକି ତାଙ୍କ ଚିକିତ୍ସା ବାବଦରେ ସେ ଲକ୍ଷେ ଟଙ୍କା ଖର୍ଚ୍ଚ କରିଛନ୍ତି, ସେହି ଟଙ୍କା ନଦେଲେ ସେ ପିଲାଟିକୁ ଦେବେ ନାହିଁ ବୋଲି କହିଥିବା ପିଲାର ମା ଅଭିଯୋଗ କରିଛନ୍ତି । ପିଲାଟିର ମା ଚିନ୍ତାମଣିଶ୍ୱର ଅଞ୍ଚଳରେ ରହି ଦିନ ମଜୁରିଆ ଭାବେ କାମ କରନ୍ତି । ତଥାପି ସେ ତାଙ୍କ ଚିକିତ୍ସାରେ ଖର୍ଚ୍ଚ ଟଙ୍କା ମୂଲ ଲାଗି ଦେଇଦେବେ ବୋଲି କହିଥିଲେ । ତେବେ ତନାଘନା ପରେ ଅଙ୍ଗନବାଡ଼ି କର୍ମୀ ଜଣକ ମହିଳାଙ୍କୁ ତାଙ୍କ ପିଲା ଫେରାଇ ଦେଇଛନ୍ତି ଏବଂ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.