ଛତିଶଗଡ଼ରେ ମାଆ-ଝିଅଙ୍କୁ ହତ୍ୟା ଘଟଣାରେ ସାମ୍ନାକୁ ଆସୁଛି ନୂଆ ତଥ୍ୟ, ହତ୍ୟା ବେଳେ ଅନୁପ ସାଏଙ୍କ ସହ ଥିବା ସଂପର୍କୀୟ କିଏ?

ଛତିଶଗଡ଼: ଛତିଶଗଡ଼ରେ ମାଆ-ଝିଅ କଳ୍ପନା ଓ ବବ୍‌ଲି ମର୍ଡର ଘଟଣାର ସାମ୍ନାକୁ ଆସୁଛି ଚାଞ୍ଚଲ୍ୟକର ତଥ୍ୟ । ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ପଚରାଉଚରା ବେଳେ ହତ୍ୟାକାଣ୍ଡରେ ବୋଲେରୋ ସହ ଇନୋଭା ଗାଡ଼ି ବ୍ୟବହୃତ ହୋଇଥିବା ଜଣାପଡ଼ିଛି । ପ୍ରଶ୍ନ ଉଠୁଛି, କାହାର ଥିଲା ସେହି ଇନୋଭା ଗାଡ଼ି ? ସେ ଗାଡ଼ିର ଡ୍ରାଇଭର ଓ ମାଲିକ କିଏ ? ଗାଡି ଭିତରେ କିଏ ବସିଥିଲେ ? ଡ୍ରାଇଭର ଇନୋଭା ଗାଡି କଥା କହିବା ପରେ କଳିଙ୍ଗ ଟିଭି ହାତରେ ଲାଗିଛି, ଅନୁପ ସାଏଙ୍କ ଘରେ ଥିବା ଏକ ବ୍ଲାକ୍ ଇନୋଭର ଭିଜୁଆଲ । ଏହି ଇନୋଭା ହତ୍ୟାକାଣ୍ଡ ବେଳେ ବ୍ୟବହୃତ ଇନୋଭା ଗାଡି ନୁହତ ? ଏହି ଇନୋଭାରେ ହତ୍ୟାକାଣ୍ଡ ଘଟାଯାଇନଥିଲା ତ ? ଏନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି ।

murder case 1ପୋଲିସ ଘଟଣାର ଖୋଳତାଡ଼ କରୁଛି । ସେହିପରି ଡ୍ରାଇଭରକୁ ପଚରାଉଚରା ବେଳେ ଅନୁପ ସାଏଙ୍କ ଜଣେ ସଂପର୍କୀୟ ସଂପୃକ୍ତ ଥିବା କଥା ସାମ୍ନାକୁ ଆସିଛି । ତେବେ ହତ୍ୟାକାଣ୍ଡରେ ସଂପୃକ୍ତ ଅନୁପଙ୍କ ସମ୍ପର୍କୀୟ କିଏ ? ଅଧିକ ତଥ୍ୟ ଓଗାଳିବା ପାଇଁ ରିମାଣ୍ଡରେ ଆଣି ଅନୁପ ସାଏ ଓ ତାଙ୍କ ଡ୍ରାଇଭରକୁ ମୁହାଁମୁହିଁ ଜେରା କରିପାରେ ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.