Below header

କଟକ ବକ୍ସିବଜାରରେ ଉଦଘାଟିତ ହେଲା ଅଗ୍ନିଶମାଧିକାରୀ କେନ୍ଦ୍ରାଞ୍ଚଳ କାର୍ଯ୍ୟାଳୟର ନୂତନ ଗୃହ

କଟକ(କେନ୍ୟୁଜ୍): କଟକ ବକ୍ସିବଜାରରେ ଉଦଘାଟିତ ହେଲା ଅଗ୍ନିଶମାଧିକାରୀ କେନ୍ଦ୍ରାଞ୍ଚଳ କାର୍ଯ୍ୟାଳୟର ନୂତନ ଗୃହ । ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଓ ଡିଜିପି ଫାୟାର ସନ୍ତୋଷ କୁମାର ଉପାଧାୟଙ୍କ ଦ୍ବାରା ଉଦଘାଟିତ । ଏହାସହ ସମ୍ବଲପୁର ଓ ଵ୍ରହ୍ମପୁର ଅଗ୍ନିଶମାଧିକାରଙ୍କ କାର୍ଯ୍ୟାଳୟ ଭର୍ଚୁଆଲ ମୋଡରେ ମଧ୍ୟ ଉଦଘାଟିତ ।

fire

ଉଦଘାଟନୀ ଉତ୍ସବରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ , କେନ୍ଦ୍ରାଞ୍ଚଳ ଅଗ୍ନିଶମାଧିକାରୀ ବିଚିତ୍ର କୁମାର ପଣ୍ଡା ଙ୍କ ସମେତ ବହୁ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। କଟକ ବକ୍ସିବଜାର ସ୍ଥିତ ଅଗ୍ନିଶମାଧିକାରୀ କେନ୍ଦ୍ରାଞ୍ଚଳ କାର୍ଯ୍ୟାଳୟ ତତ୍ତ୍ୱାବଧାନରେ 10 ଟି ଜିଲ୍ଲାର ଅଗ୍ନିଶମଙ୍କ କାର୍ଯ୍ୟଳୟ ରହିବ । ଉଦଘାଟନ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ କୁ ଆୟତ୍ତ କରିବା ପାଇଁ ରହିଥିବା ବିଭିନ୍ନ ପ୍ରକାରର କୌଶଳ ମାନ ପ୍ରଦର୍ଶନ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.