ହାଇକୋର୍ଟରେ ନିଯୁକ୍ତ ହେଲେ ଆଉ ଜଣେ ନୂଆ ବିଚାରପତି, କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

କଟକ(କେନ୍ୟୁଜ୍):ଓଡିଶା ହାଇକୋର୍ଟରେ ନିଯୁକ୍ତ ହେଲେ ଆଉ ଜଣେ ନୂଆ ବିଚାରପତି। ସଞ୍ଜୟ କୁମାର ମିଶ୍ର ହେଲେ ହାଇକୋର୍ଟ ବିଚାରପତି। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଏ ନେଇ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ପୂର୍ବରୁ ସଞ୍ଜୟଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ ସୁପ୍ରିମକୋର୍ଟ କଲେଜିୟମ। ଓଡିଶା ହାଇକୋର୍ଟ ବିଚାରପତି ଭାବେ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଖୁବଶୀଘ୍ର ଯୋଗ ଦେବେ ବୋଲି ଆଶା କରାଯାଉଛି। ତେବେ ସେ ବୁର୍ଲାରେ ଜନ୍ମ ଗ୍ରହଣ କରିଥିବାବେଳେ ତାଙ୍କ ପ୍ରକୃତ ଘର ଢେଙ୍କାନାଳ ଜିଲ୍ଲା ମୁକ୍ତାଦେଇପୁର ଗ୍ରାମରେ।

ଇଂ ବିଭୁତି ଭୂଷଣ ମିଶ୍ର ଓ ବନଲତା ମିଶ୍ରଙ୍କର ସେ ପୁଅ। ତାଳଚେର ଥାର୍ମଲ ହାଇସ୍କୁଲରୁ ୧୯୮୩ରେ ମାଟ୍ରିକ, ୧୯୮୭ରେ ଅନୁଗୁଳ କଲେଜରୁ ବି କମ ପାସ କରିଥିଲେ। ପରେ ୧୯୯୦ରେ ଏମ ଏସ କଲେଜରୁ ଏଲ ଏଲ ବି ପାସ କରିଥିଲେ। ସଂଜୟ କୁମାର ମିଶ୍ର ୧୯୯୦ରେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ସେ ହାଇକୋର୍ଟରେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରି ଜଣେ ଦକ୍ଷ ଆଇନଜୀବୀ ଭାବେ ସୁନାମ ଅର୍ଜନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.