ପୁରୀ ଶ୍ରୀମନ୍ଦିର ପାଇଁ ନୂଆ ଏସଓପି, ରବିବାର ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ(କେନ୍ୟୁଜ୍) :  ପୁରୀ ଶ୍ରୀମନ୍ଦିର ପାଇଁ ନୂଆ ଏସଓପି । କଡ଼ାକଡ଼ି ପାଳନ ହେବ କୋଭିଡ କଟକଣା । ରବିବାର ବ୍ୟତୀତ ସପ୍ତାହର ଅନ୍ୟ ସବୁ ଦିନ ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ । ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଏଣିକି ପ୍ରତି ରବିବାର ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବନ୍ଦ ରହିବ । ୪ ତାରିଖ ରବିବାରରୁ ଏହା ଲାଗୁ ହେବ ।

କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିସରକୁ ପ୍ରତି ରବିବାର ବିଶୋଧନ କରାଯିବ । ସର୍ବସାଧାରଣ ଦର୍ଶନ ବନ୍ଦ ପରେ ସପ୍ତାହକୁ ଦୁଇ ଥର ଶ୍ରୀମନ୍ଦିର ପରିସରରେ ରାତ୍ରିକାଳୀନ ବିଶୋଧନୀକରଣ କରାଯିବ । କୋଭିଡ କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.