Below header

ନିୟମିତ ଭାବେ ରକ୍ତଦାନ କରିବା ବହୁତ ନିରାପଦ, ଜାଣନ୍ତୁ ଏହାସହିତ ଜଡିତ କିଛି ଜରୁରୀ କଥା

ଯଦି ଆପଣ ନିୟମିତ ଭାବେ ରକ୍ତଦାନ କରୁଛନ୍ତି, ତେବେ ଆଦୌ ଭୟ କରନ୍ତୁ ନାହିଁ। ରକ୍ତଦାନ କରିବା ଦ୍ବାରା ଅସମୟରେ ମ୍‌ତ୍ଯୁ କିମ୍ବା କ୍ଯାନସର ଭଳି ରୋଗ ହେବା ଭ୍ରାନ୍ତ ଧାରଣା ହୋଇଥାଏ। କିନ୍ତୁ ଆପଣ ରକ୍ତଦାନ କରି ଅନେକ ଲୋକଙ୍କ ଜୀବନ ନିଶ୍ଚିତ ବଞ୍ଚାଇପାରିବେ।

ପ୍ରତି ୨ ସେକେଣ୍ଡରେ ଯୁକ୍ତରାଷ୍ଟ୍ର ଆମେରିକାରେ କୌଣସି ନା କୌଣସି ଲୋକଙ୍କୁ ବ୍ଲଡ ଟ୍ରାନ୍ସଫ୍ଯୁଜନ ନିଶ୍ଚିତ ଜରୁରୀ। ଜଣେ ରକ୍ତଦାନ କରିବା ଦ୍ବାରା ଅତିକମ୍ ରେ ୩ ଜଣଙ୍କ ଜୀବନ ବଞ୍ଚିଯାଏ। ଏହାଛଡା ଅନେକ ଥର ରକ୍ତଦାନ କରିବା ସୁରକ୍ଷିତ ରହିଥାଏ।

ରକ୍ତଦାନ ସହିତ ଜଡିତ କିଛି ଜରୁରୀ କଥା:

– ଜଣେ ଶାରୀରିକ ଭାବେ ସୁସ୍ଥ ଥିବା ବ୍ଯକ୍ତି ହିଁ ରକ୍ତଦାନ କରିପାରିବେ। ଯାହା ଟ୍ରାନ୍ସଫ୍ଯୁଜନ ପାଇଁ ଉପଯୋଗ ହୋଇଥାଏ କିମ୍ବା ଫ୍ରାକ୍ସନ ନାମକ ପ୍ରକ୍ରିୟା ଜରିଆରେ ଔଷଧ ପ୍ରସ୍ତୁତ କରାଯାଏ।

– ରକ୍ତଦାନ କରିବା ପୂର୍ବରୁ କିଛି ଟେଷ୍ଟ କରାଯାଏ। ଏହି ଟେଷ୍ଟ ଜରିଆରେ ରକ୍ତଦାତାଙ୍କ ବ୍ଲଡ ଗ୍ରୁପ, ହେପାଟାଇଟିସ୍ ବି, ସି ଭାଇରସ, ଏଚଆଇଭି, ବିଡିଓରାଲ, ମେଲେରିଆ ଭଳି ସମସ୍ଯାର ଟେଷ୍ଟ କରାଯାଏ।

blood donation

– ରକ୍ତଦାତାଙ୍କୁ ବ୍ଲଡପ୍ରେସର, ହିମୋଗ୍ଲୋବିନ ଏବଂ ଓଜନ ଠିକ ରହୁଛି କି ନାହିଁ, ତା’ ଜାଣିବା ପରେ ହିଁ ରକ୍ତଦାନ କରିବା ଉଚିତ।

– ରକ୍ତଦାନ କରିବା ପୂର୍ବରୁ କିଛି ନିଶ୍ଚିତ ଖାଆନ୍ତୁ ଏବଂ ୨୪ ଘଣ୍ଟା ପୂର୍ବରୁ ଧୂମ୍ରପାନ କରନ୍ତୁ ନାହିଁ।

– ପ୍ରଚୁରମାତ୍ରାରେ ପାଣି ପିଅନ୍ତୁ।

– ରକ୍ତଦାନ କରିବା ପରେ ଅଧିକ ପରିଶ୍ରମ ଯୁକ୍ତ କାମ କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.