Below header

ଗଜପତି: ମୋହନାରେ ନୂତନ ତହସିଲଦାର ଏବଂ ବିଡ଼ିଓଙ୍କ ଦାୟିତ୍ୱ ଗ୍ରହଣ

ମୋହନା(କେନ୍ୟୁଜ୍): ରାଜ୍ୟର ଦ୍ଵିତୀୟ ସର୍ବବୃହତ୍ତମ ବ୍ଲକ ଗଜପତି ଜ଼ିଲ୍ଲା ମୋହନାରେ ଖାଲି ପଡ଼ିଥିବା ତହସିଲଦାର ଏବଂ ବିଡ଼ିଓ ପଦବୀ ପୂରଣ ହୋଇଛି। ଦୀର୍ଘଦିନ ଧରି ମୋହନା ବିଡ଼ିଓ ପଦବୀ ରେ ଗଜପତି ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଲୋକନାଥ ଦଳବେହେରା ଥିବା ବେଳେ, ମୋହନା ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀଙ୍କ କୁକୁଡାଖଣ୍ଡି ବଦଳି ହେବା ପରେ ଏହି ପଦବୀଟି ଖାଲି ପଡିଥିଲା l ଏନେଇ ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ପରେ, ଜ଼ିଲ୍ଲାପାଳ ଅନୁପମ ସହାଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ମୋହନା ତହସିଲଦାର ଭାବେ ସାରଦା ପ୍ରସନ୍ନ ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି।ସେହିପରି ବିଡ଼ିଓ ଭାବେ ସାର୍ଥକ ସୌରଭ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି।

mohana2

ଉଭୟେ ଯୁବ ଓଡିଶା ପ୍ରଶାସନିକ ଅଧିକାରୀ ହୋଇଥିବା ବେଳେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲିମ ନେଉଥିଲେ l ମୋହନା ଅଞ୍ଚଳର ସାମଗ୍ରୀକ ବିକାଶ ସହ ସରକାରୀ ଯୋଜନା କିଭଳି ଆଦିବାସୀ ଏବଂ ଗରିବ ଲୋକ ପାଇପାରିବେ ଏବଂ ସୁଚାରରୂପେ କିଭଳି କୋଭିଡ ନିୟମାବଳୀକୁ ପରିଚାଳନା କରାଯିବ ସେଥିପ୍ରତି ପ୍ରାଥମିକତା ଦିଆଯିବ ବୋଲି ପ୍ରଶାସନିକ ଅଧିକାରୀ ଦ୍ବୟ ନିଜ ପ୍ରତିକ୍ରିୟାରେ କହିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.