ଫଳ ବିକୁଥିବା ମହିଳା ମାଙ୍କଡ଼କୁ ଖୁଆଇଦେଲେ ଅଙ୍ଗୁର, ଲୋକେ କହିଲେ-ବିଶାଳ ହୃଦୟ ଥିବା ଗରିବ ମହିଳା; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟତଃ କିଛି ନ କିଛି ଏଭଳି ଭିଡିଓ ଭାଇରାଲ ହୋଇଥାଏ ଯାହା ମନ ଖୁସି କରିଦିଏ। ଏବେ ସେ ଭଳି ଏକ ଭିଡିଓ ଏବେ ଖୁବ ଭାଇରାଲ ଯାହାକୁ ଦେଖିଲେ ଆପଣ ବି କହିବେ ଏବେ ବି କେଉଁଠି ନା କେଉଁଠି ମାନବିକତା ବଞ୍ଚିଛି। ଭାଇରାଲ ହେଉଥିବା ଭିଡିଓରେ ଜଣେ ଗରିବ ମହିଳା ଏକ ମାଙ୍କଡ଼କୁ ଅଙ୍ଗୁର ଖୁଆଉଥିବା ଦେଖାଯାଇଛି। ଯାହା ଦେଖି ଲୋକମାନେ କହିଛନ୍ତି ମହିଳା ଜଣକ ଆର୍ଥିକ ଭାବେ ଗରିବ ହୋଇପାରନ୍ତି କିନ୍ତୁ ହୃଦୟରୁ ସେ ଧନୀ।
ଦେଖନ୍ତୁ ଭିଡିଓ:
View this post on Instagram
ଏହି ଭିଡିଓକୁ thebetterindia ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓରେ ଜଣେ ମହିଳା ଫଳ ବିକ୍ରି କରୁଛନ୍ତି। ଏହି ସମୟରେ ତାଙ୍କ ପାଖକୁ ଏକ ମାଙ୍କଡ଼ ଆସୁଛି। ମହିଳା ଜଣକ ମାଙ୍କଡ଼କୁ ଦେଖି ବିରକ୍ତ ନ ହୋଇ ବରଂ ହସି ହସି ତାକୁ ପ୍ଲେଟରେ ଥିବା ଅଙ୍ଗୁର କୋଳି ଖାଇବାକୁ ବଢ଼ାଇ ଦେଉଛନ୍ତି। ମାଙ୍କଡ଼ଟି ମଧ୍ୟ ଖୁସିରେ ଝୁଲି ଝୁଲି ଅଙ୍ଗୁର ଖାଉଛି।
ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଲୋକମାନେ ମହିଳାଙ୍କ ମାନବିକତାକୁ ସଲାମ କରୁଥିବା ଦେଖାଯାଇଛି। ଏବେ ବି ଏଭଳି ମହିଳାଙ୍କ ଯୋଗୁ ମାନବିକତା ବଞ୍ଚିରହିଛି ବୋଲି ଆଉ କିଛି ୟୁଜର କମେଣ୍ଟ କରିଛନ୍ତି।